ଓଡିଶା

odisha

ETV Bharat / sports

ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ - ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ

India vs England Test series: ଆସନ୍ତା 25ରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ପ୍ରଥମ ୨ଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ଅଧିକ ପଢନ୍ତୁ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ
India vs England Test series

By ETV Bharat Odisha Team

Published : Jan 13, 2024, 7:46 AM IST

Updated : Jan 13, 2024, 7:56 AM IST

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । 16 ଜଣିଆ ସ୍କ୍ବାଡରେ ନୂଆ ମୁହଁ ଭାବେ ଓ୍ବିକେଟ କିପର ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷଣା ହୋଇଛି ଦଳ । ଉପ ଅଧିନାୟକ ରହିବେ ଯଶପ୍ରୀତ ବୁମରା । ଓ୍ବିକେଟ କିପର ଇଶାନ କିଷନ ଦଳରୁ ବାଦ୍ ପଡିଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଓ ଆଫଗାନିସ୍ତାନ ବିପକ୍ଷ ଟି 20ରୁ ମଧ୍ୟ ବାଦ ପଡ଼ିଥିଲେ । ସେହିପରି ଆହତ ଜନିତ ସମସ୍ୟା ଯୋଗୁଁ ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆସନ୍ତା ଜାନୁଆରୀ 25 ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଫେବୃଆରୀ 2ରେ ବିଶାଖାପାଟଣାରେ ଦ୍ବିତୀୟ ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ଭାରତ-ଆଫଗାନିସ୍ତାନ ପ୍ରଥମ ଟି ଟ୍ବେଣ୍ଟି: ଶିବମଙ୍କ ଦମଦାର ଅର୍ଦ୍ଧଶତକ, 6 ୱିକେଟରେ ଜିିତିଲା ଭାରତ

ପ୍ରଥମ ଥର ପାଇଁ ଭାରତୀୟ ଦଳରେ 22 ବର୍ଷୀୟ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ସେ 2023 ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ନିକଟରେ ଭାରତୀୟ ଏ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରି ଟେଷ୍ଟ ସିରିଜ ଖେଳିଥିଲେ । ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ଦଳରେ 8 ଜଣ ବୋଲର ରହିଛନ୍ତି । କୁଳଦୀପ ଯାଦବ, ଅକ୍ଷର ପଟେଲ , ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ର ଅଶ୍ବୀନ ଦଳକୁ ଫେରିଛନ୍ତି । ବୁମରା, ସିରାଜ, ମୁକେଶ ଓ ଅଭେଶ ପେସ ବିଭାଗ ସମ୍ଭାଳିବେ । ଶୁବମନ ଗିଲ ଓ ଯଶସ୍ବୀ ଜୈଶ୍ବାଲ ସ୍ଥାନ ବଜାୟ ରଖିଛନ୍ତି । ଶ୍ରେୟାସ ଆୟର ଓ କେ.ଏଲ. ରାହୁଲ ଆଫଗାନିସ୍ତାନ ବିପକ୍ଷ ଟି 20ରୁ ବାଦ ପଡିଥିବା ବେଳେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି ।

ଭାରତୀୟ ଦଳ:ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ବୀ ଜୈଶ୍ବାଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ (ଓ୍ବିକେଟ କିପର), କେଏସ ଭରତ (ଓ୍ବିକେଟ କିପର), ଧ୍ରୁବ ଜୁରେଲ (ଓ୍ବିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ , କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସିରାଜ, ଅଭେଶ ଖାନ ।

Last Updated : Jan 13, 2024, 7:56 AM IST

ABOUT THE AUTHOR

...view details