ବ୍ରିଷ୍ଟଲ: ସାତ ବର୍ଷ ପରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ମହିଳା ଟିମ ଇଣ୍ଡିଆ । ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ ପୂର୍ବରୁ ଧଳା ଜର୍ସି ପିନ୍ଧି ଭାରତୀୟ ଯୁବ ଖେଳାଳି ଅଭ୍ୟାସ କରିଛନ୍ତି ।
ଟିମରେ ଏପରି ଖେଳାଳି ରହିଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଫଳରେ କୋଚ୍ ରମେଶ ପାୱର ଯୁବ ଖେଳାଳିଙ୍କୁ ଟେଷ୍ଟ ଜର୍ସିରେ ଅଭ୍ୟାସ କରିବାକୁ ଯୋଜନା କରିଥିଲେ । 4ରୁ 5ଟି ସେସନ ଟିମ ଏକତ୍ର ଭାବେ ଅଭ୍ୟାସ କରିଥିବା କ୍ୟାପଟେନ ମିତାଲି ରାଜ ସ୍ପଷ୍ଟ କରିଛନ୍ତି ।