ଓଡିଶା

odisha

ETV Bharat / sports

Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା - ଭାରତ ବନାମ ବାଂଲାଦେଶ ଏସୀୟ କ୍ରୀଡା ସେମିଫାଇନାଲ

ଏସୀୟ କ୍ରୀଡା ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ବାଂଲାଦେଶକୁ 8 ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ଦଳ । ଅଧିକ ପଢନ୍ତୁ

Asian Games
ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ

By ETV Bharat Odisha Team

Published : Sep 24, 2023, 9:40 AM IST

ହଙ୍ଗଝୌ:ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସିଆନ ଗେମ୍ସ କ୍ରିକେଟରେ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ବାଂଲାଦେଶକୁ 8 ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପୂଜା ବସ୍ତ୍ରକାର 4ଟି ୱିକେଟ ନେଇଛନ୍ତି । ଏସୀୟ କ୍ରୀଡ଼ା ମହିଳା ଟି-ଟ୍ବେଣ୍ଟି କ୍ରିକେଟ ପ୍ରତିଯୋଗିତାରେ ଫାଇନାଲ ସ୍ଥାନ ପକ୍କା କରିଛି ଭାରତ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମ ଓଭରରେ ଦଳ ପ୍ରଥମ ୱିକେଟ ହରାଇଥିଲା । ପୂଜା ବସ୍ତ୍ରକାର ଶଷ୍ଠି ରାଣୀଙ୍କୁ ଆଉଟ କରିଥିଲେ । ସେ ଖାତା ଖୋଲିପାରି ନଥିଲେ । ସେହି ଓଭରରେ ଦଳର ଆଉ ଏକ ୱିକେ ପତନ ହୋଇଥିଲା । ଶମିମା ସୁଲତାନ ଏଲବିଡବ୍ଲୁ ହୋଇଥିଲେ । ଦଳୀୟ ସ୍କୋର 1ରେ ଦଳ 2 ଟି ୱିକେଟ ହରାଇଥିଲା । ଦଳୀୟ ସ୍କୋର 18ରେ ବାଂଲାର ଆଉ ଏକ ୱିକେଟ ପତନ ହୋଇଥିଲା । ଶୋଭନା ମୋସ୍ତ୍ରୀ 8ରନ ପାଭିଲିୟନ ଫେରିଥିଲେ । ଶୋଭନା ପୂଜଙ୍କ ଶିକାର ହୋଇଥିଲା । ଦଳ ଏକ ପ୍ରକାର ସଙ୍କଟରେ ପଡ଼ିଥିଲା । ପରେ ପରେ ଶୋରନା ଅକତେର ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପରେ ପରେ ନିଗାର ସୁଲତାନ 12 ରନ କରି ରନ ଆଉଟ ହୋଇଥିଲେ । ଦଳୀୟ ସ୍କୋର 25ରେ ବାଂଲାଦେଶ 5ଟି ୱିକେଟ ହରାଇଥିଲା । ପରେ ପରେ ଫାତିମା ଖାତୁନ (0) ଆଉଟ ହୋଇଥିଲେ । କେହି ବ୍ୟାଟର ଅଧିକ ସମୟ ପିଚ୍‌ରେ ତିଷ୍ଠି ପାରି ନଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ରାବେୟା ଖାନ 3, ରିତୁ ମୋନୀ 8 ସୁଲତାନା ଖାତୁଲ 2 ରନ୍‌ ଓ ମାରୁଫ ଅଖତର ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ । 51 ରନରେ ଅଲଆଉଟ୍‌ ହୋଇଥିଲା ବାଂଲାଦେଶ । ପୂଜା ବସ୍ତ୍ରାକାର 4ଟି ୱିକେଟ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...Asian Games: ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

52ରନ ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଅଧିନାୟିକ ସ୍ମୃତି ମାନ୍ଧନା ଓ ସେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 19ରେ ସ୍ମୃତି 7 ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ପଡ଼ିଆକୁ ଆସିଥିଲେ ଜେମିମା । ଦ୍ବିତୀୟ ୱିକେଟରେ ସେଫାଳି ବର୍ମା 17ରନ କରି ଆଉଟ୍‌ ହୋଇଥିଲେ । ଜେମିମା ସାଥୀ ଖେଳାଳିଙ୍କ ସହ ମିଶି 8.2 ଓଭରରେ ଟାର୍ଗେଟ ହାସଲ କରି ନେଇଥିଲେ । 8 ୱିକେଟରେ ବିଜୟ ହାସଲ କରି ନେଇଥିଲା ଭାରତ ।

ଏହା ବି ପଢନ୍ତୁ...Asian Games 2023: ରୋଇଂ ଓ ସୁଟିଂରେ ଭାରତକୁ ପଦକ, ରୌପ୍ୟ ପଦକ ହାତେଇଲେ ଆଥଲେଟ

ପ୍ରକାଶ ଥାଉ କି, ମୋଲେସିଆ ବିପକ୍ଷ ମ୍ୟାଚ ବାତିଲ ହେବା ପରେ ଭାରତୀୟ ଦଳ ଆଇସିସି ମାନ୍ୟତା ଅନୁସାରେ ସେମିଫାଇନାଲରେ ପ୍ରବେଶ କରଥିଲା । ବର୍ଷା କାରଣକୁ ମ୍ୟାଚ ବାତିଲ ହୋଇଥିଲା । ଏହି ମ୍ୟାଚରେ ଭାରତ ପ୍ରଥମ ବ୍ୟାଟି କରି 2ଟି ୱିକେଟ ହରାଇ 173 ରନ କରିଥିଲା । ବିଜୟ ଟାର୍ଗେଟ ନେଇ ପାଳି ଆରମ୍ଭ କରିଥିବା ମାଲେସିଆ ମାତ୍ର 2ଟି ବଲ୍‌ ଖେଳିବା ପରେ ବର୍ଷା ହୋଇଥିଲା । ଫଳରେ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବାତିଲ ହୋଇଥିଲା । ଆଜି ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତ ବାଂଲାଦେଶକୁ ପରାସ୍ତ କରି ପଦକ ପକ୍କା କରିଛି ।

ABOUT THE AUTHOR

...view details