ନୂଆଦିଲ୍ଲୀ:ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ଦଳ । ଟେଷ୍ଟ, ଦିନିକିଆ ଓ ଟି-20 ପାଇଁ ବିସିସିଆଇ ପକ୍ଷରୁ ମହିଳା ଦଳ ଘୋଷଣା ହୋଇଛି । ଜୁନ 16 ତାରିଖରୁ ଏହି ସିରିଜ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ, ତିନୋଟି ଦିନିକିଆ ଓ ତିନୋଟି ଟି-20 ମ୍ୟାଚ ଖେଳିବ ।
ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ 18 ଜଣିଆ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା ହୋଇଛି । ଏଥିରେ ସାମିଲ ଅଛନ୍ତି ମିତାଲୀ ରାଜ (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ହରମନପ୍ରୀତ କୌର, ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ସେଫାଳି ବର୍ମା, ସ୍ନେହା ରାଣା, ତାନିଆ ଭାଟିଆ, ଇନ୍ଦ୍ରାଣୀ ରାଏ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକତା ବିସ୍ତ ଓ ରାଧା ଯାଦବ ।