ନୂଆଦିଲ୍ଲୀ:ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଦିନିକିଆ ଟେଷ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି । ମହିଳା କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇର ପ୍ରତିବଦ୍ଧତା ଏକ ଅଂଶ ବୋଲି ଶାହା ତାଙ୍କ ଟ୍ୱିଟରରେ ଘୋଷଣା କରିଛନ୍ତି । ପିଙ୍କ ବଲ ମ୍ୟାଚ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ମହିଳା କ୍ରିକେଟ ପ୍ରତି ବିସିସିଆଇର ପ୍ରତିଶ୍ରୁତିକୁ ନେଇ ଶାହା କହିଛନ୍ତି ଭରତୀୟ ମହିଳା ଦଳ ଚଳିତ ବର୍ଷ ଅଷ୍ଟ୍ରେଲିଆ ସହିତ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିବ । ମୁଁ ଏନେଇ ବହୁତ ଖୁସି ବୋଲି କହିଛନ୍ତି ଜୟ ଶାହା । ଗତ ସାତ ବର୍ଷ ଭିତରେ ଜୁନ 16ରେ ଇଂଲଣ୍ଡ ସହିତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା ଭାରତ । ଅଷ୍ଟ୍ରେଲିଆ ଗସ୍ତ ଭାରତ ପାଇଁ ଆଉ ଏକ ଟେଷ୍ଟ ମ୍ୟାଚ ହେବ । ଏହା ସହିତ ଦଳ ମଧ୍ୟରେ ଦିନିକିଆ ଓ ଟି-20 ମ୍ୟାଚ ମଧ୍ୟ ଖେଳାଯିବ ।