ଓଡିଶା

odisha

By

Published : Jul 5, 2023, 9:08 AM IST

Updated : Jul 5, 2023, 9:34 AM IST

ETV Bharat / sports

Mens Emerging Asia Cup: ଭାରତୀୟ ଦଳ ଘୋଷଣା, ନେତୃତ୍ବ ନେବେ ୟଶ ଧୂଳ

ପୁରୁଷ ଏମର୍ଜିଂ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ-ଏ ଦଳର ନେତୃତ୍ବ ନେବେ ୟଶ ଧୂଳ । ଅଧିକ ପଢନ୍ତୁ

Mens Emerging Asia Cup
indian team squad for Emerging Asia Cup

ନୂଆଜିଲ୍ଲୀ:ମହିଳା ଏମର୍ଜିଂ ଏସିଆ କପ୍ କ୍ରିକେଟ ପରେ ପୁରୁଷ ଏମର୍ଜିଂ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । 19 ବର୍ଷରୁ କମ୍ 2022 ବିଶ୍ବକପ ଚମ୍ପିଆନ ଦଳର ଅଧିନାୟକ ୟଶ ଧୂଳ ଏମର୍ଜିଂ ଏସିଆ କପରେ ଭାରତ-ଏ ଦଳର ନେତୃତ୍ବ ନେବେ । ଧୂଳ ଫାଷ୍ଟ କ୍ଲାସ କ୍ରିକେଟରେ 2021-21ରେ ରଣଜୀରେ ଦିଲ୍ଲୀ କ୍ରିକେଟ ଟିମ ପକ୍ଷରୁ ଖେଳିଥିଲେ । ଆସନ୍ତା 13ରୁ 23 ତାରିଖ ଯାଏ ଶ୍ରୀଲଙ୍ଗାର କଲମ୍ବୋରେ ଖେଳାଯିବ ଏମର୍ଜିଂ ଏସିଆ କପ୍ ।

ଏହା ବି ପଢନ୍ତୁ...Womens Emerging Asia Cup: ବାଂଲାଦେଶକୁ ହରାଇ ଭାରତ 'ଏ' ଚମ୍ପିଆନ

ଏନେଇ ଘୋଷଣା ହୋଇଥିବା ଦଳରେ ଅନେକ ଆପିଏଲ ଷ୍ଟାର ସାମିଲ ଅଛନ୍ତି । ସାଇ ସୁଦର୍ଶନ, ଅଭିଷେକ ଶର୍ମା, ଧ୍ରୁବ ଜୁରେଲ, ପ୍ରଭସିମରନ ସିଂହ ସ୍କ୍ବାଡରେ ସ୍ଥାନ ପାଇଛନ୍ତି । ମୋଟ 8ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ସମସ୍ତ ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଭାରତ ଗ୍ରୁପ-ବିରେ ରହିଛି । ଏହି ଗ୍ରୁପରେ ନେପାଳ, ୟୁଏଇ-ଏ ଓ ପାକିସ୍ତାନ-ଏ ଦଳ ରହିଛନ୍ତି । ସେହିପରି ଗ୍ରୁପ-ଏରେ ଶ୍ରୀଲଙ୍କା-ଏ, ବାଂଲାଦେଶ-ଏ, ଆଫଗାନିସ୍ତାନ-ଏ ଓ ଓମାନ-ଏ ଦଳ ରହିଛନ୍ତି । ଦୁଇ ଗ୍ରୁପର ଶ୍ରେଷ୍ଠ 2ଟି ଲେଖାଏଁ ସେମିଫାଇନାଲକୁ ଉନ୍ନୀତ ହେବେ । ଭାରତ-ଏ ଦଳ 13 ତାରିଖରୁ ୟୁଏଇ-ଏ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । 15 ତାରିଖରେ ପାରମ୍ପିରକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ-ଏ ଓ 18 ତାରିଖରେ ନେପାଳକୁ ଭେଟିବ । 21 ତାରିଖରେ ସେମିଫାଇନାଲ ଓ 23 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ସିଂତାଶୁ କୋଟାକ ଦଳର ମୁଖ୍ୟ କୋଚ ।

ଭାରତୀୟ ଦଳ:ୟଶ ଧୂଳ (ଅଧିନାୟକ), ବି ସାଇ ସୁଦର୍ଶନ, ଅଭିଷେକ ଶର୍ମା, ନିକିନ ଜୋସ, ପ୍ରଦୋଶ ରଞ୍ଜନ ପାଲ, ରିୟାନ ପରାଗ, ନିତାଶୁ ସନ୍ଧୁ, ପ୍ରଭସିମରନ ସିଂହ, ଧ୍ରୃବ ଜୁରେଲ, ମାନବ ସୁଥାର, ଯୁବରାଜସିନ ଡୋଡିୟା. ହର୍ଷିତ ରାଣା, ଆକାଶ ସିଂହ, ନିତିଶ କୁମାର ରେଡ୍ଡୀ, ରାଜବର୍ଦ୍ଧନ ହେଙ୍ଗରଗକର ।

ଷ୍ଟାଣ୍ଡ ବାଏ: ହର୍ଷ ଦୁବେ, ନେହାଲ ୱାଧେରା, ସ୍ନେଲ ପଟେଲ, ମୋହିତ ରେଡକାର

ଏହା ବି ପଢନ୍ତୁ...ଅଗରକର ବାଛିବେ ଟିମ୍ ଇଣ୍ଡିଆ ଖେଳାଳି, ପଦ ବଜାୟ ରଖିଲେ ଶିବସୁନ୍ଦର

ପ୍ରକାଶଥାଉ କି, ମହିଳା ଏମର୍ଜିଂ ଏସିଆ କପରେ ଭାରତ ଚମ୍ପିଆନ ହୋଇଥିଲା । ବାଂଲାଦେଶକୁ 31ରନରେ ହରାଇ ପ୍ରଥମ ଟାଇଟଲ ହାସଲ କରିଥିଲା ଭାରତ ଏ । ହଂକଂରେ ଅନୁଷ୍ଠିତ ଏମର୍ଜିଂ ମହିଳା ଏସିଆ କପ ପ୍ରଥମ ସଂସ୍କରଣରେ ଭାରତ-ଏ ବାଂଲାଦେଶ-ଏ'କୁ 31ରନରେ ପରାସ୍ତ କରି ବାଜି ମାରି ନେଇଥିଲା ।

Last Updated : Jul 5, 2023, 9:34 AM IST

ABOUT THE AUTHOR

...view details