ହାଇଦ୍ରାବାଦ : କ୍ରିକେଟ ମଇଦାନ ସହିତ ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ କ୍ରିକେଟରଙ୍କ ବେଶ୍ କ୍ରେଜ ବଢିବାରେ ଲାଗିଛି । ନିକଟରେ ଶୁଭମନ ଗିଲ ଓ ଇଶାନ କିଶାନଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଏବେ ଶିଖର ଧାୱନ ଓ ଶ୍ରେୟାସ ଆୟାରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଆୟାର ଓ ଧାୱନ ବେବି କାମ୍ଡାଉନ ଗୀତରେ ଡ୍ୟାନ୍ସ କରୁଛନ୍ତି । ଯାହା ୟୁଜର୍ସଙ୍କୁ ବହୁତ ପସନ୍ଦ ଆସିଛି ।
Dhawan and Iyer Dance Video: ବେବି କାମ୍ଡାଉନ ଗୀତରେ ନାଚିଲେ ଧାୱନ-ଆୟର, ଦେଖନ୍ତୁ ଭିଡିଓ
ଶିଖର ଧାୱନ ଓ ଶ୍ରେୟାସ ଆୟାରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଆୟାର ଓ ଧାୱନ ବେବି କାମ୍ଡାଉନ ଗୀତରେ ଡ୍ୟାନ୍ସ କରୁଛନ୍ତି । ଅଧିକ ପଢନ୍ତୁ
ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟର ଶିଖର ଧାୱନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓରେ ଶ୍ରେୟାସ ଆୟରଙ୍କ ସହିତ ଶିଖର ଧାୱନ ବେବି କାମ ଡାଉନ ଗୀତରେ ଡ୍ୟାନ୍ସ କରୁଛନ୍ତି । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ୟୁଜର୍ସ । ଉଭୟଙ୍କ ବେବି କାମ ଡାଉନ ଗୀତର ଡ୍ୟାନ୍ସ ପ୍ରଶଂସକଙ୍କୁ ଭରପୁର ମନୋରଞ୍ଜନ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଲାଇକ କରିଥିଲେ । ସେହିପରି ୫ ହଜାରରୁ ଅଧିକ ୟୁଜର୍ସ ଉଭୟଙ୍କ ଡ୍ୟାନ୍ସକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । କେବଳ ଇନଷ୍ଟାଗ୍ରାମ ନୁହଁ ଏବେ ସମସ୍ତ ସୋସିଆଲ ମିଡିଆ ପ୍ଳାଟଫର୍ମରେ ଏହି ଭିଡିଓ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଜରିଆରେ ଶ୍ରେୟାସ ଆୟାର ତାଙ୍କ ଫିଟନେସର ସଙ୍କେତ ମଧ୍ୟ ଦେଇଛନ୍ତି । ତେବେ ଆଶା କରାଯାଉଛି ସେ ଟିମ ଇଣ୍ଡିଆରେ ଖୁବ୍ ଶୀଘ୍ର ଯୋଗ ଦେଇପାରନ୍ତି । ତାଙ୍କୁ NCAରୁ ଫିଟ୍ ହେବାର ସାର୍ଟିଫିକେଟକୁ ଅପେକ୍ଷା ରହିଛି ।
ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାର ଆହତ ସମସ୍ୟା ନେଇ ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି । ସେ ଏବେ ଜାତୀୟ କ୍ରିକେଟ ଏକାଡେମୀ ହେପାଜତରେ ଅଛନ୍ତି । ବର୍ଡର ଗାଭାସ୍କର ଟ୍ରଫି ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବ । ଆୟର ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ୨୦୨୨ ଡିସେମ୍ବରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପରେ ଆୟାର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏନେଇ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଆୟାର ବାଦ ପଡିଥିଲେ । ସେ ଫିଟ୍ ହୋଇନଥିବାରୁ ବୋର୍ଡର ଗାଭାସ୍କର ଟ୍ରଫିରୁ ମଧ୍ୟ ବାଦ ପଡିଛନ୍ତି ।