ଓଡିଶା

odisha

ETV Bharat / sports

ଚାଟାର୍ଡ ବିମାନରେ ମୁମ୍ବାଇରେ ପହଞ୍ଚିଲେ ଭାରତୀୟ ଖେଳାଳି

ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇରେ ପହଞ୍ଚିଲେ ଭାରତୀୟ କ୍ରିକେଟର । ଉଭୟ ମହିଳା ଓ ପୁରୁଷ କ୍ରିକେଟ ଦଳ ଏକାସାଙ୍ଗରେ ଇଂଲଣ୍ଡ ଗସ୍ତ କରିବେ । ଅଧିକ ପଢ଼ନ୍ତୁ...

By

Published : May 19, 2021, 8:42 PM IST

ଚାଟାର୍ଡ ବିମାନରେ ମୁମ୍ବାଇରେ ପହଞ୍ଚିଲେ ଭାରତୀୟ ଖେଳାଳି
ଚାଟାର୍ଡ ବିମାନରେ ମୁମ୍ବାଇରେ ପହଞ୍ଚିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇରେ ପହଞ୍ଚିଲେ ଭାରତୀୟ କ୍ରିକେଟର । ଉଭୟ ମହିଳା ଓ ପୁରୁଷ କ୍ରିକେଟ ଦଳ ଏକାସାଙ୍ଗରେ ଇଂଲଣ୍ଡ ଗସ୍ତ କରିବେ । ଏଥିପାଇଁ ଏକ ଚାର୍ଟାଡ ବିମାନରେ ମୁମ୍ବାଇ ପହଞ୍ଚିଛନ୍ତି ଖେଳାଳି । ଏହାକୁ ନେଇ ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି । ଜୁନ 2 ତାରିଖରେ ଉଭୟ ଦଳ ଇଂଲଣ୍ଡ ଗସ୍ତ କରିବ ।

ଏହି ଚାର୍ଟାଡ ବିମାନରେ ରବିଚନ୍ଦ୍ରନ ଅଶ୍ବୀନ, ମିତାଲୀ ରାଜ, ମହମ୍ମଦ ସିରାଜ, ମୟଙ୍କ ଅଗ୍ରୱାଲ ଓ ୱାଶଂଟନ ସୁନ୍ଦର ମୁମ୍ବାଇରେ ପହଞ୍ଚିଛନ୍ତି । ଏହାକୁ ନେଇ ବିସିସିଆଇ କ୍ରିକେଟରଙ୍କ ଫୋଟ ସେୟାର କରି "ପ୍ରଥମ ସ୍ଥାନ ମୁମ୍ବାଇ" ବୋଲି ଲେଖିଛି । ବିଶ୍ବ ଟେଷ୍ଟ ଚମ୍ପିଆସିପ ଫାଇନାଲ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତ କରିବ । ଏହାପରେ ଇଂଲଣ୍ଡ ସହ 5ଟିକିଆ ଟେଷ୍ଟ ସିରିଜ ମଧ୍ୟ ଖେଳିବ ଦଳ ।

ସେପଟେ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ସହ ଗୋଟିଏ ଟେଷ୍ଟ, ତିନୋଟି ଟି-20 ମ୍ୟାଚ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ ଦଳ । ଏଥିପାଇଁ ମୁମ୍ବାଇରେ ବାୟୋବବଲରେ ଯୋଗ ଦେବେ ସମସ୍ତ ଖେଳାଳି । ଏହାପୂର୍ବରୁ ସମସ୍ତ ଖେଳାଳିଙ୍କ ତିନି ଥର ଆରଟିପିସିଆର ଟେଷ୍ଟ କରାଯିବ । ଏହାପୂର୍ବରୁ ସେମାନଙ୍କୁ 14 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details