ନୂଆଦିଲ୍ଲୀ:ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଉପରେ ଦୁଃଖର ପାହାଡ ଛିଡି ପଡିଛି । ଉମେଶ ଯାଦବଙ୍କ ବାପା ତିଲକ ଯାଦବଙ୍କ ଦେହାନ୍ତ ହୋଇଛି । କିଛି ମାସ ଧରି ଅସୁସ୍ଥ ରହି ଆସୁଥିଲେ ତିଲକ ଯାଦବ । ଗତକାଲି (ଗୁରୁବାର) 74 ବର୍ଷ ବୟରେ ତାଙ୍କର ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲା । ଏହା ପରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତିଳକ ଯାଦବଙ୍କ ତିନି ପୁଅ କମଳେଶ, ଉମେଶ, ରମେଶ ଓ ଝିଅ ଉପସ୍ଥିତ ଥିଲେ ।
ଉତ୍ତରପ୍ରଦେଶର ପଦ୍ରାଉନା ଜିଲ୍ଲାର ପୋକରଭିନ୍ଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତିଲକ ଯାଦବ । ସେ କୋଇଲା ଖଣିରେ ଚାକିରି କରି ପରିବାର ଚଳାଉଥିଲେ । କୋଇଲା ଖଣିରେ ଚାକିରି କରି ପୁଅ ଉମେଶଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ବନାଇଥିଲେ । ବହୁ କଷ୍ଟ କରି ଉମେଶଙ୍କୁ କ୍ରିକେଟର କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ । ତାଙ୍କ ସମୟରେ ଜଣାଶୁଣା କୁସ୍ତିଯୋଦ୍ଧା ଥିଲେ ତିଲକ । କିଛି ମାସ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନ ହେବାକୁ ତାଙ୍କୁ ଘରକୁ ଅଣା ଯାଇଥିଲା । ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉମେଶଙ୍କ ବାପା । ନାଗପୁର କୋଲାର ନଦୀ ଘାଟରେ ତିଲକ ଯାଦବଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।
ଏହା ବି ପଢନ୍ତୁ...IPL 2023: ମାର୍କରାମ ହେଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ