ମୁମ୍ବାଇ:ଟଙ୍କା ଠକେଇର ଶିକାର ହେଲେ ଭାରତୀୟ କ୍ରିକେଟର ଉମେଶ ଯାଦବ । ତାଙ୍କ ନାମରେ ସମ୍ପତ୍ତି କ୍ରୟ କରିବା ନେଇ ୪୪ ଲକ୍ଷ ଟଙ୍କା ଠକି ନେଲେ ସାଙ୍ଗରୁ ମ୍ୟାନେଜର ବନିଥିବା ଶୈଲେଶ ଠାକରେ । ମହାରାଷ୍ଟ୍ରର ନାଗପୁରରେ ଉପମେଶଙ୍କ ମ୍ୟାନେଜର ସମ୍ପତ୍ତି କ୍ରୟ ନେଇ ଟଙ୍କା ନେବା ପରେ ବର୍ତ୍ତମାନ ଫେରାର ହୋଇଯାଇଛି । ଏନେଇ ତାଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଅପରାଧ ଓ ପ୍ରତାରଣା ଅଭିଯୋଗରେ ଶୈଲେଶ ଠାକରେ ବିରୋଧରେ କୋରେଡି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶୈଲେଶଙ୍କୁ ଗିରଫ କରାଯାଇନାହିଁ ।
ଡିସିପି ନାଗପୁର ଅଶ୍ୱିନୀ ପାଟିଲ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ''ଉମେଶ ଯାଦବଙ୍କ ନାମରେ ସମ୍ପତ୍ତି କ୍ରୟ କରିବା ପାଇଁ ତାଙ୍କ ମ୍ୟାନେଜର ଶୈଲେଶ ଠାକରେ ୪୪ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ସମ୍ପତ୍ତି କିଣିବା ବଦଳରେ ସେ ଉମେଶଙ୍କ ସହ ବିଶ୍ବାସ ଘାତକତା କରିଥିଲେ । ଏନେଇ ଅଭିଯୋଗ ଆସିବାପରେ ପରେ ଥାନାରେ ଆଇପିସି ଧାରା ୪୦୬ ଓ ୪୨୦ ରେ ଏକ ମାମଲା ରୁଜୁ କରାଯା ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ''