ଓଡିଶା

odisha

ETV Bharat / sports

ହାତକୁ ଦୁଇ ହାତ ହେଲେ ଋତୁରାଜ, ଉତ୍କର୍ଷାଙ୍କୁ କଲେ ଜୀବନସାଥୀ - ଋତୁରାଜ ଗାଏକ୍ବାଡ

ହାତକୁ ଦୁଇ ହାତ ହୋଇଛନ୍ତି ଭାରତୀୟ କ୍ରିକେଟର ଋତୁରାଜ ଗାଏକ୍ବାଡ । ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ଜୀବନସାଥୀ କରିଛନ୍ତି ଋତୁରାଜ । ଅଧିକ ପଢନ୍ତୁ

ruturaj gaikwad married
ହାତକୁ ଦୁଇ ହାତ ହେଲେ ଋତୁରାଜ

By

Published : Jun 5, 2023, 12:29 PM IST

ମୁମ୍ବାଇ: ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପରକିଙ୍ଗସ ଷ୍ଟାର ବ୍ୟାଟର ଋତୁରାଜ ନୂଆ ଇନିଂସ ଆରମ୍ଭ କରିଛନ୍ତି । ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କ୍ରିକେଟର ଋତୁରାଜ ଗାଏକ୍ବାଡ । ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି ଋତୁରାଜ । ମରାଠୀ ରୀତିନୀତିରେ ଉଭୟ ପରସ୍ପରକୁ ସାତ ଜନ୍ମର ସାଥୀ କରିଛନ୍ତି ।

ଋତୁରାଜ ଗାଏକ୍ବାଡ ଓ ଉତ୍କର୍ଷା ପାୱାର ପରସ୍ପରକୁ ଦୀର୍ଘ ଦିନ ହେବ ଡେଟ୍‌ କରୁଥିଲେ । ଦୀର୍ଘ ଦିନରେ ପ୍ରେମ ଆଜି ବିବାହରେ ପରିଣତ ହୋଇଛି । ଉତ୍କର୍ଷାଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଋତୁରାଜ । ବାହାଘରର କିଛି ଫୋଟ ଋତୁରାଜ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଉଭୟ ପରସ୍ପରକୁ ପାଇ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବରେ ଶିବମ ଦୁବେ, ଶିଖର ଧାୱନ, ଶ୍ରେୟସ ଆୟରଙ୍କ ଭଳି କ୍ରିକେଟର ସୋସିଆଲ ମିଡିଆରେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

2019ରୁ ଚେନ୍ନାଇ ଫ୍ରାଞ୍ଚାଇଜି ପାଇଁ ଖେଳୁଛନ୍ତି ଋତୁରାଜ । ସେ 39.07 ହାରରେ 1797 ରନ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ୍‌ 135.52 ରହିଛି । ସେ ଗୋଟିଏ ଶତକ ଓ 14ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ପାଇଁ ଋତୁରାଜ 9ଟି ଟି-20 ମ୍ୟାଚ ଖେଳିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ସହ ମୋଟ 135 ରନ କରିଛନ୍ତି । ଗୋଟିଏ ଦିନିକିଆ ମ୍ୟାଚ୍‌ ଖେଳି 19 ରନ୍‌ କରିଛନ୍ତି ।

ଚଳିତ ଆଇପିଏଲ ସଂସ୍କରଣରେ ଋତୁରାଜ ଗାଏକ୍ବାଡ ଦମଦାର ବ୍ୟାଟଂ କରିଥିଲେ । ଚେନ୍ନାଇ ଚମ୍ପିଆନ ହେବା ପଛରେ ଋତୁରାଜଙ୍କ ପ୍ରମୁଖ ଭୂମିକା ରହିଥିଲା । ପ୍ରାୟ ଲିଗ୍‌ ମ୍ୟାଚରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଆଇପିଏଲ ଦମଦାର ବ୍ୟାଟିଂ ପାଇଁ ଆସନ୍ତା ଜୁନ 7 ତାରିଖରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ ପାଇଁ ତାଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଥିବା ମାତ୍ର ବାହାଘର ପାଇଁ ସେ ଟିମ୍‌ ଇଣ୍ଡିଆରେ ଯୋଗ ଦେଇ ପାରିନଥିଲେ । ତାଙ୍କ ସ୍ଥାନରେ ଯସ୍ବଶୀ ଜୈସୱାଲଙ୍କୁ ଟିମ୍‌ରେ ସ୍ଥାନ ମିଳିଛି ।

ଏହା ବି ପଢନ୍ତୁ...Balasore Train Tragedy: ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ପାଠ ପଢାଇବେ ବିରେନ୍ଦ୍ର ସେହୱାଗ

ଉତ୍କର୍ଷା ପାୱାର କିଏ: ଉତ୍କର୍ଷା ପାୱାର ମଧ୍ୟ ଜଣେ କ୍ରିକେଟର । ଋତୁରାଜ ଓ ଉତ୍କର୍ଷା ମହାରାଷ୍ଟ୍ର କ୍ରିକେଟ ଟିମ୍‌ର ଖେଳାଳି । ଏହି ସମୟରେ ଉଭୟ ପ୍ରେମରେ ପଡିଥିଲେ । ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ । 1998 ଅକ୍ଟୋବର 13 ତାରିଖରେ ଜନ୍ମିତ ଉତ୍କର୍ଷା 11 ବର୍ଷରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପିଲାଦିନୁ କ୍ରିକେଟ ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ଜଣେ ଅଲରାଉଣ୍ଡର । ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ୍‌ ପାଇଁ ସେ ଏକାଧିକ ମ୍ୟାଚ ଖେଳିଛନ୍ତି । ମହାରାଷ୍ଟ୍ର ଅଣ୍ଡର-19 ଟିମ ପାଇଁ 2012-13 ଓ 2017-18ରେ ଖେଳିଥିଲେ । 18 ମାସ ତଳେ ସେ ତାଙ୍କ ଶେଷ ମ୍ୟାଚ ଖେଳିଥିଲେ । 24 ବର୍ଷୀୟ ଉତ୍କର୍ଷା ବର୍ତ୍ତମାନ ପୁଣେରେ ଆଇଏନଏଫଏସ ପାଠ ପଢୁଛନ୍ତି ।

ABOUT THE AUTHOR

...view details