ହାଇଦ୍ରାବାଦ: ନବବର୍ଷ ୨୦୨୨ରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ମିଳିବ ଭରପୂରଣ ମନୋରଞ୍ଜନ । ବର୍ଷ ୨୦୨୨ରେ ଟିମ ଇଣ୍ଡିଆର ବ୍ୟସ୍ତ ବହୁଳ ସୂଚୀ ରହିଛି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଟି-୨୦ କ୍ରିକେଟ ବିଶ୍ବକପ ମଧ୍ୟ ଖେଳାଯିବ । ବିଦାୟ ନେଇଥିବା ବର୍ଷ ୨୦୨୧ ଭାରତୀୟ ଟିମ ପାଇଁ ଟେଷ୍ଟ କ୍ରିକେଟ ପ୍ରଦର୍ଶନରେ ଥିଲା ଏକ ସଫଳତମ ଓ ସ୍ବପ୍ନର ବର୍ଷ ।
ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଶୀର୍ଷ ଟେଷ୍ଟ ଟିମକୁ ଭାରତ ହରାଇଥିଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତୀୟ ଟିମ କେବେ ଟେଷ୍ଟ ସିରିଜ ଜିତିନଥିଲେ ମଧ୍ୟ ଏଥର ଇତିହାସ ବଦଳିବ ବୋଲି ଆଶା କରାଯାଉଛି । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ବିରାଟ କୋହଲିଙ୍କ ଟିମ ୧-୦ରେ ଆଗୁଆ ରହିଛି । ଜାନୁଆରୀ ୩ ତାରିଖରୁ ଦ୍ବିତୀୟ ଟେଷ୍ଟ ଜୋହାନ୍ସବର୍ଗରେ ଆରମ୍ଭ ହେବାନେଇ ସୂଚୀ ରହିଛି । ଏହି ଗ୍ରାଉଣ୍ଡରେ କେବେ ଟେଷ୍ଟ ମ୍ୟାଚ୍ ହାରିନାହିଁ ଭାରତ । ଫଳରେ ଭାରତକୁ ଦ୍ବିତୀୟ ଟେଷ୍ଟରେ ବିଜୟ ମିଳିଲେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ ଜିତିବା ସହ ବିରଳ ଇତିହାସ ରଚିବ ଭାରତ । ଅନ୍ତର୍ଜାତୀୟ ସିରିଜ ବ୍ୟତୀତ ବର୍ଷ ୨୦୨୨ରେ IPL ମଧ୍ୟ ଖେଳାଯିବ ।
ନଜର ପକାନ୍ତୁ ଟିମ ଇଣ୍ଡିଆ ବର୍ଷା ତମାମ ଖେଳିବାକୁ ଥିବା ମ୍ୟାଚ୍ ସୂଚୀ ଉପରେ:
ଭାରତ ବନାମ ଦକ୍ଷିଣ ଆଫ୍ରିକା
- ଜାନୁଆରୀ ୩ରୁ ୭- ଦ୍ବିତୀୟ ଟେଷ୍ଟ, ଜୋହାନ୍ସବର୍ଗ
- ଜାନୁଆରୀ ୧୧ ରୁ ଜାନୁଆରୀ ୧୫: ତୃତୀୟ ଟେଷ୍ଟ, କେପଟାଉନ୍
- ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍
- ଜାନୁଆରୀ ୧୯- ପ୍ରଥମ ଦିନିକିଆ, ପର୍ଲ
- ଜାନୁଆରୀ ୨୧- ଦ୍ବିତୀୟ ଦିନିକିଆ, ପର୍ଲ
- ଜାନୁଆରୀ ୨୩- ତୃତୀୟ ଦିନିକିଆ, କେପ୍ଟାଉନ
ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ
- ଫେବ୍ରୁଆରୀ ୬- ପ୍ରଥମ ଦିନିକିଆ, ଅହମ୍ମଦାବାଦ
- ଫେବ୍ରୁଆରୀ ୯- ଦ୍ବିତୀୟ ଦିନିକିଆ, ଜୟପୁର
- ଫେବ୍ରୁଆରୀ୧୨- ତୃତୀୟ ଦିନିକିଆ, କୋଲକାତା