ମୁମ୍ବାଇ:ଘରୋଇ ଶିକ୍ଷା ଅନୁଷ୍ଠାନର କ୍ରିକେଟ କୋଚିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ଭାରତୀୟ ଦଳର ମୁଖ୍ୟ କୋଚ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ କ୍ରିକେଟ କୋଚିଂ ଦେବେ । ବିଭିନ୍ନ ସ୍ତରରେ କିଭଳି ଭାବରେ ନିଜ କ୍ରିକେଟ ଖେଳିବା ଶୈଳୀକୁ ଅଧିକ ଉନ୍ନତ କରାଯିବା ତାହାକୁ ନେଇ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯିବ ।
ଆଇରନ ଉଡ ନାମକ ଏହି ଘରୋଇ ଶିକ୍ଷା ଅନୁଷ୍ଠାନ ବିଭିନ୍ନ ସ୍ତରରେ କ୍ରିକେଟ ଖେଳାଳିଙ୍କୁ କୋଚିଂ ଦେଇ ଆସୁଛି । ତେବେ ଏହି ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ କୋଚିଂ କାର୍ଯ୍ୟକ୍ରମକୁ ଉତ୍ସାହିତ ହୋଇ ରହିଛନ୍ତି ରବି ଶାସ୍ତ୍ରୀ । ସେ କହିଛନ୍ତି ଯେ, "ଏଭଳି କ୍ରିକେଟ କୋଚିଂ ଦ୍ବାରା ଭାରତରେ ଅନେକ ଉଦୀୟମାନ କ୍ରିକେଟର ଜାତୀୟ ଦଳରେ ସାମିଲ ହୋଇ ପାରିବେ । ଏହି କୋଚିଂ ଦ୍ବାରା ବିଭିନ୍ନ ସ୍ତରରେ କିଭଳି ଚାପମୁକ୍ତ ହୋଇ କ୍ରିକେଟ ଖେଳାଯିବ ତାହା ମଧ୍ୟ ଜାଣି ପାରିବେ କ୍ରିକେଟର ।"