ନୂଆଦିଲ୍ଲୀ: ୭୩ତମ ସାଧାରଣତନ୍ତ୍ର ଦିବସ ପାଳୁଛି ସାରା ଦେଶ । ଏହି ଅବସରରେ ଭାରତୀୟ କ୍ରିକେଟ ଜଗତରୁ ଅଭିନନ୍ଦନ ଜଣାଇଛନ୍ତି ବହୁ ଅନ୍ତର୍ଜାତୀୟ କ୍ରିକେଟର । ପ୍ରଥମେ ବିରାଟ କୋହିଲ ଟ୍ବିଟ୍ କରି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଭାରତୀୟ ବୋଲି ଗର୍ବିତ ବୋଲି କହିଛନ୍ତି ।
ଏହାପରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ଟ୍ବିଟରରେ ଭିଡିଓ ଜାରି କରି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ରବିନ୍ଦ୍ରସିଂହ ଜାଡେଜା ଟ୍ବିଟ୍ କରି ଲେଖିଛନ୍ତି ଯେ, "ଗଣତନ୍ତ୍ର ଦିବସର ପ୍ରତ୍ୟେକଙ୍କୁ ଅଭନନ୍ଦନ ଜଣାଉଛି । ଆମ ଦେଶରେ ଥିବା ବିବିଧତା ଓ ସଂସ୍କୃତିକୁ ନେଇ ଗର୍ବିତ । ଜୟ ହିନ୍ଦ ।"
ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ମଧ୍ୟ ଟ୍ବିଟ୍ କରି ଗଣତନ୍ତ୍ର ଦିସବର ଅଭିନନ୍ଦନ ଜଣାଇଛନ୍ତି ।
ପୂର୍ବତନ ଭାରତୀୟ ଟେଷ୍ଟ ବ୍ୟାଟର ଭିଭିଏସ୍ ଲକ୍ଷ୍ମଣ ଟ୍ବିଟ୍ କରି ଲେଖିଛନ୍ତି ଯେ, " ୭୩ତମ ଗଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଆମର ବିବଧତା ହିଁ ଆମର ସୌନ୍ଦର୍ଯ୍ୟ । ଆଜିର ଦିନରେ ମୁଁ ସମସ୍ତଙ୍କ ପାଇଁ ଶାନ୍ତି, ସୁଖ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି ।"
ବିଶ୍ବକପ୍ ବିଜୟୀ ବ୍ୟାଟର ଗୌତମ ଗମ୍ଭୀର ଟ୍ବିଟ୍ କରି ଲେଖିଛନ୍ତି ଯେ, "ଅସଂଖ୍ୟ ପ୍ରାଣବଳି ଉପରେ ଆମେ ପରସ୍ପରକୁ ରକ୍ଷା କରିବା ପାଇଁ ଅଧିକାର ପାଇ ପାରିଛୁ । ଏହାର ନିତାନ୍ତ ଆବଶ୍ୟକ । ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ।"
କ୍ରିକେଟର କେ.ଏଲ ରାହୁଲ ମଧ୍ୟ ଟ୍ବିଟ୍ କରି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଇର୍ଫାନ ପଠାନ ମଧ୍ୟ ଟ୍ବିଟ୍ କରି ସାଧାରଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ