ଓଡିଶା

odisha

ETV Bharat / sports

ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ' - ଭାରତ ବନାମ ଅଷ୍ଟ୍ରେଲିଆ

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରିବ ବାୟୁସେନା । ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌ ପ୍ରଦର୍ଶନ କରିବ ଏୟାର ଶୋ' । ଅଧିକ ପଢ଼ନ୍ତୁ

ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ'
ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ'

By ETV Bharat Odisha Team

Published : Nov 17, 2023, 4:05 PM IST

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ ମହାକୁମ୍ଭର ଲିଗ୍‌ ଓ ସେମିଫାଇନାଲ୍‌ ମ୍ୟାଚ୍‌ ସରିଛି । କେବଳ ଫାଇନାଲ୍‌ ମ୍ୟାଚ୍‌ ବାକି ରହିଛି । ଚତୁର୍ଥ ଥର ପାଇଁ ବିଶ୍ବକପ୍‌ ଫାଇନାଲ୍‌ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ୧୨ ବର୍ଷର ଆଇସିସି ଟ୍ରଫି ଅପେକ୍ଷାର ଅନ୍ତ ଘଟାଇ ଏଥର ବିଶ୍ବକପ୍‌ ଜିତିବାକୁ ପ୍ରୟାସ କରିବ । ଘରୋଇ ମୈଦାନରେ ବିଶ୍ବକପ୍‌ ଆୟୋଜିତ ହେଉଥିବାରୁ ଭାରତୀୟ ପ୍ରଶଂସକଙ୍କ ସମ୍ମୁଖରେ ଟ୍ରଫି ଉଠାଇବାର ଅନୁଭୁତି ସ୍ବତନ୍ତ୍ର ହେବ । ଏପଟେ ଆୟୋଜକ ବିସିସିଆଇ ଫାଇନାଲ୍‌ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ଜୋରଦାର ଆୟୋଜନ ଚଳାଇଛି । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବାୟୁସେନାର 'ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌' ଏଠାରେ ଏକ 'ଏୟାର୍‌ ଶୋ' ପ୍ରଦର୍ଶନ କରିବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରି ଦର୍ଶକଙ୍କ ଉତ୍କଣ୍ଠା ବଢାଇବା ପାଇଁ ଯୋଜନା କରିଛି ବିସିସିଆଇ । ବିଶ୍ବର ସର୍ବ ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବା ପାଇଁ ଅହମ୍ମଦାବାଦରେ ସିନେ ତାରକା ଓ ରାଜନେତାଙ୍କ ଭିଡ଼ ମଧ୍ୟ ଜମିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଷ୍ଟାଡିୟମ୍‌ରେ ବସି ଫାଇନାଲ୍‌ ମ୍ୟାଚ୍‌ ଦେଖିବେ ବୋଲି ଜଣା ପଡ଼ିଛି । ଏହି ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ସ୍ବତନ୍ତ୍ର ଏୟାର ଶୋ' ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି । ଶୁକ୍ରବାର ଓ ଶନିବାର ଦିନ ଏହି ଏୟାର୍‌ ଶୋ' ପାଇଁ ଅଭ୍ୟାସ ମଧ୍ୟ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ସେହି ଅହମ୍ମଦାବାଦ ଷ୍ଟାଡିୟମ, 2011ରେ ଚିତପଟାଙ୍ଗ୍‌ ହୋଇଥିଲା ଅଷ୍ଟ୍ରେଲିଆ

ଏହା ମଧ୍ୟ ପଢ଼ନ୍ତୁ...ଫାଇନାଲ ମୁକାବିଲା ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ! ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ

ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନାର 'ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌'ରେ ୯ଟି ବିମାନ ଅଛି । ସମଗ୍ର ଦେଶରେ ଏହି ଟିମ୍‌ ବିଭିନ୍ନ 'ଏୟାର୍‌ ଶୋ' କରି ପ୍ରଶଂସିତ ହୋଇଛି । ଫାଇନାଲ୍‌ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ସେଠାରେ ଏହି ଏୟାର ଶୋ' କରାଯିବ। ନେଇ ଗୁଜରାଟ ପାଇଁ ନିୟୋଜିତ ପ୍ରତିରକ୍ଷା ଲୋକ ସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଭାରତୀୟ ବାୟୁ ସେନାର ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ ଏହି ଏୟାର୍‌ ଶୋ' କରିବ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ଶୋ'ର ଆୟୋଜନ କରାଯିବ । ଏଥିପାଇଁ ଶୁକ୍ରବାର ଓ ଶନିବାର ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ ଅଭ୍ୟାସ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details