ଓଡିଶା

odisha

ETV Bharat / sports

Womens Emerging Asia Cup: ବାଂଲାଦେଶକୁ ହରାଇ ଭାରତ 'ଏ' ଚମ୍ପିଆନ

ମହିଳା ଏମର୍ଜିଂ ଏସିଆ କପରେ ଭାରତ ଚମ୍ପିଆନ ହୋଇଛି । ବାଂଲାଦେଶକୁ 31ରନରେ ହରାଇ ପ୍ରଥମ ଟାଇଟଲ ହାସଲ କରିଛି ଭାରତ ଏ । ଅଧିକ ପଢନ୍ତୁ

Womens Emerging Asia Cup
Womens Emerging Asia Cup trophy

By

Published : Jun 22, 2023, 9:37 AM IST

ନୂଆଦିଲ୍ଲୀ:କ୍ରିକେଟରେ ସଫଳତା ହାସଲ କରିଛି ଭାରତ 'ଏ' । ହଂକଂରେ ଅନୁଷ୍ଠିତ ଏମର୍ଜିଂ ମହିଳା ଏସିଆ କପ ପ୍ରଥମ ସଂସ୍କରଣରେ ଭାରତ-ଏ ଚମ୍ପିଆନ ହୋଇଛି । ବାଂଲାଦେଶ-ଏ'କୁ 31ରନରେ ପରାସ୍ତ କରି ଟ୍ରଫି ଜିତିଛି ଭାରତ । କନିକା ଆହୁଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଳେ ଶ୍ରେୟଙ୍କା ପାଟିଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...Intercontinental Cup: ଦ୍ବିତୀୟ ଟାଇଟଲ ହାତେଇଲା ଭାରତ, 1 କୋଟି ପୁରସ୍କାର ଘୋଷଣା କଲେ ନବୀନ

ହଂକଂର ମଙ୍ଗ କୋକରେସ୍ଥିତ ମିସନ ରୋଡ ଗ୍ରାଉଣ୍ଡରେ ଫାଇନାଲ ମୁକାବିଲା ହୋଇଥିଲା । ଏଥିରେ ଭାରତ-ଏ ଓ ବାଂଲାଦେଶ ମୁହାଁମୁହିଁ ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ-ଏ ଦଳ । ନିର୍ଦ୍ଧାରିତ 20 ଓଭରରେ ଭାରତ 7 ୱିକେଟ ହରାଇ 127ରନ କରିଥିଲା । ଏହି ମ୍ୟାଚରେ 2 ୱିକେଟ ନେଇ ଦ୍ରୁତ 30 ରନ କରିଥିବା କନିକା ଆହୁଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଭାରତୀୟ ସ୍ପିନର ଶ୍ରେୟଙ୍କା ପାଟିଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ସେ ଟୁର୍ଣ୍ଣାମେଣ୍ଟରେ 9ଟି ୱିକେଟ ନେଇଥିଲେ । ପୂର୍ବରୁ 19 ବର୍ଷରୁ କମ ମହିଳା ବିଶ୍ବକପରେ ଭାରତ ଚମ୍ପିଆନ ହୋଇଥିଲା । ଏବେ ଏହି ସଫଳତାରେ ଆଉ ଏକ ପୃଷ୍ଠା ଯୋଡିଛି ଭାରତୀୟ-ଏ ଦଳ । ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ କନିକା ଆହୁଜା ଅପରାଜିତ 30ରନ, ଦିନେଶ ବୃନ୍ଦା 36, ୟୁ ଛେତ୍ରୀ 22 ରନ କରିଥିଲେ । ବାଂଲାଦେଶ ପକ୍ଷରୁ ନାହିଦା ଅକତେର ଓ ସୁଲତାନା ଖାତୁନ 2ଟି ଲେଖାଏଁ ୱିକେଟ ନେଇଥିଲେ ।

128ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ବାଂଲାଦେଶ 19.2 ଓଭରରେ 96 ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରାନୀ 13, ଶୋଭନା ମୋଷ୍ଟାରୀ 16 ଓ ନଦିହା ଅକତେର ଅପରାଜିତ 17ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ ସର୍ବାଧିକ 4ଟି ୱିକେଟ ନେଇଥିଲେ । କନିକା ଆହୁଜା 2ଟି ଓ ତିତାସ ସାଧୁ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...Virat Kohli Net Worth: ହଜାରେ କୋଟି ଟପିଲା କୋହଲିଙ୍କ ସମ୍ପତ୍ତି, ଜାଣନ୍ତୁ କେଉଁଠୁ ଆସୁଛି ଏତେ ଟଙ୍କା

ଛୁଟିଲା ଶୁଭେଚ୍ଛା:ମହିଳା ଏମର୍ଜିଂ ଏସିଆ କପ ଚମ୍ପିଆନ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିସିସିଆଇ ସମ୍ପାଦକ ଜୟ ଶାହଙ୍କଠୁ ନେଇ ମହିଳା କ୍ରିକେଟ କିମ୍ବଦନ୍ତୀ ଅଞ୍ଜୁମ ଚୋପ୍ରା, ମିଥାଲି ରାଜ, ଝୁଲଣ ଗୋସ୍ବାମୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ବିଜୟର ଉତ୍ସବ ପାଳିଛନ୍ତି ସଭିଏଁ । ଭାରତ-ଏ ଦଳର ଆଗମୀ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details