ଅହମ୍ମଦାବାଦ:ପ୍ରଥମେ ବ୍ୟାଟିଂ କରିବା ଟିମ ଇଣ୍ଡିଆ । ଆଜି (ବୁଧବାର) ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲଂ କରିବ ନ୍ୟୁଜିଲାଣ୍ଡ ।
ଭାରତ ଚୂଡାନ୍ତ ଏକାଦଶରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି । ସ୍ପିନର ୟୁଜିବେନ୍ଦ୍ର ଚହଲଙ୍କ ବଦଳରେ ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି । ପ୍ରଥମ ଦୁଇ ମୁକାବିଲା 1-1ରେ ବରାବର ରହିଛି । ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ନିର୍ଣ୍ଣାୟକ ହେବ । ଶେଷ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ମ୍ୟାନ ଇନ ବ୍ଲୁ । ସେହିପରି ଦିନିକିଆର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ । ଶେଷ ଟି-ଟ୍ବେଣ୍ଟି ଜିତି ଭାରତରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛି କିୱି ଦଳ । ପୂର୍ବ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କ ଭଲ ପ୍ରଦର୍ଶନ ରହିଥିଲା । ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଥିଲେ ବି ୱାଶିଂଟନ ସୁନ୍ଦର ଏକ ଦକ୍ଷତାପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଆଜି ତାଙ୍କଠୁ କିଛି ସମାନ ପ୍ରଦର୍ଶନ ଆଶା କରାଯାଉଛି । ବିଶେଷ କରି ଭାରତର ଓପନରଙ୍କ ଉପରେ ନଜର ରହିବ ।