ଓଡିଶା

odisha

ETV Bharat / sports

Asia Cup 2022, ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ରୋହିତଙ୍କ ବୋଲିଂ ନିଷ୍ପତ୍ତି

ଏସିଆ କପ୍‌ରେ ଭାରତ ଆଜି ଖେଳୁଛି ପ୍ରଥମ ମ୍ୟାଚ୍‌(Asia Cup 2022) । ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି (India won the toss and opted to bowl )। ଅଧିକ ପଢନ୍ତୁ

Asia Cup 2022, ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ରୋହିତଙ୍କ ବୋଲିଂ ନିଷ୍ପତ୍ତି
Asia Cup 2022, ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ରୋହିତଙ୍କ ବୋଲିଂ ନିଷ୍ପତ୍ତି

By

Published : Aug 28, 2022, 7:12 PM IST

Updated : Aug 28, 2022, 7:29 PM IST

ଦୁବାଇ: ଏସିଆ କପ୍‌ରେ ଭାରତ ଆଜି ଖେଳୁଛି ପ୍ରଥମ ମ୍ୟାଚ୍‌ (Asia Cup 2022)। (India won the toss and opted to bowl ) ପ୍ରଥମ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟୁଥିବା ବେଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶର୍ମା । ଟି-୨୦ ବିଶ୍ବକପ୍‌ର ମ୍ୟାଚ୍‌ର ୧୦ ମାସ ପରେ ପାକିସ୍ତାନକୁ ପୁନଃ ଭେଟୁଛି ଟିମ୍‌ ଇଣ୍ଡିଆ(India vs Pakistan in Asia cup ) ।

ଟସ୍‌ ଜିତିବା ପରେ ରୋହିତ ଶର୍ମା କହିଛନ୍ତି, "ମୁଁ ଭାବୁନି ମ୍ୟାଚ୍‌ରେ ଟସ୍‌ ଏତେଟା ଗୁରୁତ୍ବବହନ କରିବ । ଭଲ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ଏଠାରେ ଆମେ IPL ଖେଳିଥିଲୁ । ପିଚ୍‌ ଆମକୁ ସୁହାଇବ ବୋଲି ଆଶା କରୁଛୁ । ଆଜିର ମ୍ୟାଚ୍‌ ପାଇଁ ଦୀନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କ ମଧ୍ୟରେ କାହାକୁ ଦଳରେ ସାମିଲ କରାଯିବ ତାହା କଷ୍ଟଦାୟକ ନିଷ୍ପତ୍ତି ଥିଲା । କ୍ରିକେଟର ଭାବରେ ଆଜିର ମ୍ୟାଚ୍‌ରେ ଆମେ ବିପକ୍ଷ ଦଳ କିଏ ତାହା ଅଧିକ ଭାବୁନାହୁଁ । ଆଜିର ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ।"

ଆଜିର ମ୍ୟାଚ୍‌କୁ ନେଇ ବାବର ଆଜମ କହିଛନ୍ତି, "ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । କିନ୍ତୁ ଏହା ଆମ ହାତରେ ନାହିଁ । ଆମେ ପ୍ରତିପକ୍ଷ ଦଳ ସମ୍ମୁଖରେ ବଡ଼ ସ୍କୋର୍‌ କରିବାକୁ ଚେଷ୍ଟା କରିବୁ । ଆଜିର ମ୍ୟାଚ୍‌ ପାଇଁ ଆମେ ଦଳରେ ତିନୋଟି ଫାଷ୍ଟ ବୋଲର ଓ ଜଣେ ସ୍ପିନରଙ୍କୁ ସାମିଲ କରିଛୁ । ନଶୀମ ଶାହ ଆଜିର ମ୍ୟାଚ୍‌ରେ ଡେବ୍ୟୁ କରୁଛନ୍ତି ।"

ଚୂଡ଼ାନ୍ତ ଏକାଦଶ

ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେ.ଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଆଭେଶ ଖାନ, ଯୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂ

ପାକିସ୍ତାନ ଦଳ

ବାବର ଆଜମ(ଅଧିନାୟକ), ମହମ୍ମଦ ରିଜ୍ବାନ, ଫଖର ଜମାନ, ଫଖର ଅହମ୍ମଦ, ଖୁସଦାଲ ଶାହା, ଆସିଫ ଅଲି, ଶାଦବ ଖାନ, ମହମ୍ମଦ ନୱାଜ, ନଶୀମ ଶାହ, ହାରିସ ରୌଫ, ଶେହନାବାଜ ଦହନି

Last Updated : Aug 28, 2022, 7:29 PM IST

ABOUT THE AUTHOR

...view details