ରାୟପୁର:ଆଜି(ଶନିବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ । ଟସ ଜିତି ପ୍ରଥମ ବୋଲି ନିଷ୍ପତ୍ତି ନେଲା ଭାରତ । ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇଲା ନ୍ୟୁଜିଲାଣ୍ଡ । ଦ୍ବିତୀୟ ମ୍ୟାଚରେ ଭାରତୀୟ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ନ୍ୟୁଜିଲାଣ୍ଡ ଟିମର ଖେଳାଳି ମଧ୍ୟ ପରିବର୍ତ୍ତନ ହୋଇ ନାହାନ୍ତି । ଆଜିର ମ୍ୟାଚରେ ଭାରତ ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇଛି । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ପରାସ୍ତ କରିଥିଲା ଭାରତ ।
ତେବେ ପ୍ରଥମ ଥର ଛତିଶଗଡ ରାୟପୁରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଦର୍ଶକ ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଦେଖିବାକୁ ବେଶ ଉତ୍ସାହିତ । ପ୍ରଥମ ମ୍ୟାଚରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରିଥିଲା । ଯୁବ ବ୍ୟାଟର ଶୁବମନ ଗିଲ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଥିଲେ । ସେପଟେ ରନ ମେସିନ କୁହାଯାଉଥିବା ବିରାଟ କୋହଲିଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
ଏହା ମଧ୍ୟ ପଢନ୍ତୁ-Hockey World Cup 2023: ଭାରତୀୟ ହକି ଟିମକୁ ଝଟକା, ବିଶ୍ବକପରୁ ବାଦ ପଡିଲେ ହାର୍ଦ୍ଦିକ