ଜୟପୁର: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଏହି ମ୍ୟାଚରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ ଯୁବ କ୍ରିକେଟର ଭେଙ୍କେଟେସ ଆୟର । ଗତ ଆଇପିଏଲ ସିଜିନରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ମ୍ୟାଚ୍ରୁ ପ୍ରଥମ ଥର ପାଇ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି ରୋହିତ ଶର୍ମା ।
ଟସ୍ ଜିତିବା ପରେ ରୋହିତ ଶର୍ମା କହିଛନ୍ତି ଯେ, ‘ଆମେ ପ୍ରଥମେ ବୋଲିଂ କରିବୁ । ଏହି ପିଚ୍ ବ୍ୟାଟିଂ ପାଇଁ ସୁହାଇବ । ଦ୍ବିତୀୟ ଇନିଂସରେ କାକର ପଡ଼ିବା ସମ୍ଭାବନା ରହିଛି । ଦୁଇଦିନ ଏଠାରେ ଆମେ ଅଭ୍ୟାସ କରିବା ପରେ ଏହା ଅନୁଧ୍ୟାନ କରିଛୁ । ଆମେ ଆଜି ୩ଟି ଫାଷ୍ଟ ବୋଲର ଓ ଦୁଇ ଜଣ ସ୍ପିନର ସହ ପିଚ୍କୁ ଓହ୍ଲାଇବୁ । ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ଆଗାମୀ ବିଶ୍ବକପକୁ ଦୃଷ୍ଟିରେ ରଖି ଆମେ ମ୍ୟାଚ ଖେଳିବୁ ।’
ସେପଟେ ମ୍ୟାଚକୁ ନେଇ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍ ସାଉଦି କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । ବିଶ୍ବକପ ନଜିତିବା ଆମ ପାଇଁ ଦୁଃଖଦାୟକ ଥିଲା । କିନ୍ତୁ ଦଳ ଆଗାମୀ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବ । ଆଜିର ମ୍ୟାଚ ପାଇଁ ଦଳରେ ୪ଟି ପରିବର୍ତ୍ତନ ହୋଇଛି । ମାର୍କ ଚପମ୍ୟାନ, ଟଡ୍ ଆସ୍ଲେ, ରଚିନ ରବିନ୍ଦ୍ର ଓ ଲକି ଫର୍ଗୁସନ ଦଳରେ ସାମିଲ ହୋଇଛନ୍ତି ।
ଭାରତ ଚୂଡ଼ାନ୍ତ ଏକାଦଶ