ଓଡିଶା

odisha

ETV Bharat / sports

ମୋହାଲି ଟେଷ୍ଟରେ ଭାରତର ବୃହତ ବିଜୟ

ମୋହାଲି ଟେଷ୍ଟରେ ଭାରତର ଦମଦାର ବିଜୟ । ଏକ ଇଂନିସ ଓ ୨୨୨ ରନ୍‌ରେ ଜିତିଲା ଟିମ ଇଣ୍ଡିଆ । ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ । ଅଧିକ ପଢନ୍ତୁ

By

Published : Mar 6, 2022, 4:12 PM IST

Updated : Mar 6, 2022, 8:40 PM IST

india  beat srilanka in mohali test
ମୋହାଲି ଟେଷ୍ଟରେ ଭାରତର ଦମଦାର ବିଜୟ

ମୋହାଲି:ମୋହାଲି ଟେଷ୍ଟରେ ଭାରତର ଦମଦାର ବିଜୟ । ଆଇଏସ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ଏକ ଇଂନିସ ଓ ୨୨୨ ରନ୍‌ରେ ଜିତିନେଇଛି ଟିମ ଇଣ୍ଡିଆ । ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ଘରୋଇ ଟିମ ।

ପ୍ରଥମ ଇଂନିସରେ ୧୭୪ ରନ୍‌ରେ ଅଲଆଉଟ୍‌ ହେବାପରେ, ଶ୍ରୀଲଙ୍କା ଫଲୋଅନ ଗ୍ରହଣ କରିଥିଲା । ପରେ ଦ୍ବିତୀୟ ଇଂନିସରେ ମଧ୍ୟ ୬୦ ଓଭରରେ ୧୭୮ ରନ୍‌ରେ ସମସ୍ତ ୱିକେଟ ହରାଇ ଆତ୍ମସମର୍ପଣ କରିଥିଲା । ଦ୍ବିତୀୟ ଇଂନିସରେ ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ୪ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ଟିମ ଇଣ୍ଡିଆର ଏହି ଜବରଦସ୍ତ ବିଜୟର ହିରୋ ରହିଥିଲେ ଅଲରାଉଣ୍ଡର ରବିଚନ୍ଦ୍ର ଜାଡେଜା । ୧୭୫ ରନ୍‌ର ମାରାଥନ ଇଂନିସ ସହ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଜାଡେଜା । ପରେ ବଲ୍‌ରେ ମଧ୍ୟ କମାଲ କରିବା ସହ ୫ଟି ୱିକେଟ ହାତେଇଥିଲେ । ଜାଡେଜାଙ୍କ ଶତକରୀୟ ଇଂନିସ, ଋଷଭ ପନ୍ତଙ୍କ ୯୬, ରବିଚନ୍ଦ୍ରନ ଅଶ୍ବିନଙ୍କ ୬୧ ଓ ହନୁମା ବିହାରୀଙ୍କ ୫୮ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ବଳରେ ଭାରତ ୫୭୪ ରନ୍‌ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ୧୦୦ତମ ଟେଷ୍ଟମ୍ୟାଚ୍‌ ଖେଳୁଥିବା ବିରାଟ କୋହଲି ୪୫ ରନ୍‌ର ଯୋଗଦାନ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୫୭୪/୮ ଘୋଷଣା(ରବିନ୍ଦ୍ର ଜାଡେଜା ୧୭୫ ଅପରାଜିତ; ଲସିଥ ଏମ୍ବୁଲଦେନିୟା ୨/୧୮୮) ଏକ ଇଂନିସ ଓ ୨୨ ରନ୍‌ରେ ପରାସ୍ତ ପରାସ୍ତ ଶ୍ରୀଲଙ୍କା ୧୭୪ ଅଲଆଉଟ୍‌(ପାଥୁମ ନିସାଙ୍କା ୬୧ ଅପରାଜିତ, ଚାରିଥ ଅସଲାଙ୍କା ୨୯; ରବିନ୍ଦ୍ର ଜାଡେଜା ୫/୪୧, ଜଶପ୍ରୀତ ବୁମରା ୨/୩୬) ଓ ୧୭୮ ଅଲଆଉଟ୍‌(ଫଲୋଅନ)(ନିରୋସାନ ଡିକୱାଲା ୫୧ ଅପରାଜିତ, ଧନଞ୍ଜୟ ଦି ସିଲଭା ୩୦; ରବିନ୍ଦ୍ର ଜାଡେଜା ୪/୪୬, ରବିଚନ୍ଦ୍ରନ ଅଶ୍ବିନ ୪/୪୭) ।

Last Updated : Mar 6, 2022, 8:40 PM IST

ABOUT THE AUTHOR

...view details