ଓଡିଶା

odisha

ETV Bharat / sports

INDvsSL: ଭାରତର ବିଶାଳ ବିଜୟ, ୨-୧ରେ ସିରିଜ ବିଜୟୀ - ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ଶତକ

ଶ୍ରୀଲଙ୍କା ବିପକ୍ଷରେ ୨-୧ରେ ସିରିଜ ଜିତିଲା ଭାରତ । ଆଜି (ଶନିବାର) ଶ୍ରୀଲଙ୍କା ବିପକ୍ଷ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚରେ ଭାରତ ୯୧ରେ ବିଜୟ ହୋଇଛି । ଅଧିକ ପଢନ୍ତୁ

ଉଲ୍ଲସିତ ଭାରତୀୟ ଦଳ
ଉଲ୍ଲସିତ ଭାରତୀୟ ଦଳ

By

Published : Jan 7, 2023, 10:24 PM IST

Updated : Jan 7, 2023, 10:44 PM IST

ରାଜକୋଟ : ଘରୋଇ ମାଟିରେ ଯୁବ ଟିମ ଇଣ୍ଡିଆର ସିରିଜ ବିଜୟ । ଶ୍ରୀଲଙ୍କା ବିପକ୍ଷରେ ୨-୧ରେ ସିରିଜ ଜିତିଲା ଭାରତ । ଆଜି (ଶନିବାର) ଶ୍ରୀଲଙ୍କା ବିପକ୍ଷ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚରେ ଭାରତ ୯୧ରେ ବିଜୟ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୧୬.୪ ଓଭରରେ ୧୩୭ ରନ କରି ଅଲ ଆଉଟ ହୋଇଥିଲା । ସେପଟେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଶତକ ହାସଲ କରିଥିବା ବେଳେ ଅର୍ଶଦୀପ ସିଂହ ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି ।

ଘରୋଇ ମାଟିରେ ସିଂହଳୀ ଦଳକୁ ମାତ ଦେଲା ମ୍ୟାନ ଇନ୍ ବ୍ଲୁ । ବର୍ଷ ଆରମ୍ଭରୁ ଯୁବ ଟିମ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତକୁ ପ୍ରଥମ ସିରିଜ ଭେଟି ଦେଇଛି । ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିବା ବେଳେ ଅକ୍ଷର ପଟେଲ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ରାଜକୋଟରେ ଖେଳାଇଥିବା ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ତାଙ୍କର ବ୍ୟାଟିଂ ତେଜ ଦେଖାଇଥିବା ବେଳେ ଅର୍ଶଦୀପ ସିଂହ ତାଙ୍କ ବୋଲିଂର ଜଲୱା ଦେଖାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଦମଦାର ସୋ ଦେଖିବାକୁ ମିଳିଥିଲା । ପ୍ରଥମେ ଭାରତୀୟ ବ୍ୟାଟରଙ୍କ ଜବରଦସ୍ତ ପାଳି ଦେଖିବାକୁ ମିଳିଥିବା ବେଳେ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲେ ଶ୍ରୀଲଙ୍କା ବ୍ୟାଟର ।

ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ ବଳରେ ସିଂହଳୀ ଟିମ ଆଗରେ ଭାରତ ୨୨୯ ରନ ବିଶାଳ ଟାର୍ଗେଟ ଦେବାରେ ସକ୍ଷମ ହୋଇପାରିଥିଲା । ମଇଦାନରେ ଚୌକା ଛକାର ବର୍ଷା କରି ସୂର୍ଯ୍ୟକୁମାର ଯାଦବ ହାସଲ କରିଥିଲେ ବର୍ଷର ପ୍ରଥମ ଶତକ । ସେ ମାତ୍ର ୪୫ ବଲରୁ ଶତକ ହାସଲ କରିଥିଲେ । ସେ ୫୧ ବଲରୁ ୭ ଟି ଚୌକା ଓ ୯ ଟି ଛକା ବଳରେ ୧୧୨ ରନର ବିସ୍ଫୋରକ ପାଳି ଖେଳି ଅପରାଜିତ ରହିଛନ୍ତି । ବର୍ଷ ୨୦୨୩ରେ ଭାରତୀୟ ଭାବରେ ପ୍ରଥମ ଶତକ ହାସଲ କରିଛନ୍ତି Sky । ଏହା ସହିତ ଏହା ତାଙ୍କ ଟି୨୦ କ୍ୟାରିୟରର ଏହା ତୃତୀୟ ଶତକ ।

ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରେ 5 ୱିକେଟ ହାରାଇ ୨୨୮ ରନ କରିଥିଲା ଟିମ ଇଣ୍ଡିଆ । ପ୍ରାରମ୍ଭରୁ ଭାରତର ଓପନିଂ ଯୋଡି ଫେଲ ମାରିଥିଲା । ତୃତୀୟ ବ୍ୟାଟିଂ ଅର୍ଡରରେ ରାହୁଲ ତ୍ରିପାଠୀ ୩୫ ରନର ଦମଦାର ଇନିଂସ ଖେଳି ଆଉଟ ହୋଇଥିଲେ । ଶୁବମନ ଗିଲ ୪୬ ରନ, ଅକ୍ଷର ପଟେଲ ୨୧ ରନ ,ଇଶାନ କିଶାନ ୧ ରନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଡା ୪ ରନ କରିଥିଲେ । ସେପଟେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ ଶ୍ରୀଲଙ୍କା ବୋଲର । ଅର୍ଶଦୀପ ସିଂହ ୨.୪ ଓଭର ବୋଲିଂ କରି ୨୦ ରନ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଉମରାନ ମଲିକ, ୟୁଜିବେନ୍ଦ୍ର ଚହଲ ୨ ଟି ୱିକେଟ ନେଇଥିଲେ ।

୨୨୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା । ଓପନିଂ ଯୋଡି ପ୍ରଥମ ୱିକେଟ ପାଇଁ ୪୪ ରନ ଯୋଡିଥିଲେ । ଏହା ପରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବଳରେ ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର ଧରାଶାୟୀ ହୋଇଥିଲା । କୁଶଲ ମେଣ୍ଡିସ ଏବଂ ଅଧିନାୟକ ଦାସୁନ ଶନକା ସର୍ବାଧିକ ୨୩ ରନ କରିଥିଲେ । ପଥୁମ ନିଶଙ୍କା ୧୫ ରନ, ଧନଞ୍ଜୟ ଡି ସିଲଭା ୨୨ ରନ, ଚରିଥ ଅସଲଙ୍କା ୧୯ ରନ କରିଥିଲେ । ଅନ୍ୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ ।

Last Updated : Jan 7, 2023, 10:44 PM IST

ABOUT THE AUTHOR

...view details