ଓଡିଶା

odisha

ETV Bharat / sports

ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ଜିତିଲା ଭାରତ

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ବିଜୟ ହାସଲ କରି ନେଇଛି । ବର୍ଷା ବାଧାପ୍ରାସ୍ତ ମ୍ୟାଚ୍‌ରେ ଭାରତ ଏକ ସହଜ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

7 ୱିକେଟରେ ଜିତିଲା ଭାରତ
7 ୱିକେଟରେ ଜିତିଲା ଭାରତ

By

Published : Jun 27, 2022, 7:55 AM IST

ଡବଲିନ:ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ବିଜୟ ହାସଲ କରି ନେଇଛି । ବର୍ଷା ବାଧା ସାଜିଥିଲେ ବି ଭାରତ ଏକ ସହଜ ବିଜୟ ହାସଲ କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ 12 ଓଭରରେ 4 ୱିକେଟ ହରାଇ 108 ରନ କରିଥିଲା । ଜବାବରେ ଭାରତ 9 ଓଭର 2 ବଲରେ 3ଟି ୱିକେଟ ହରାଇ 111 ରନ କରି ବିଜୟ ହାସଲ କରି ନେଇଛି । ବିଜୟ ସହ ସିରିଜରେ 1-0 ଆଗୁଆ ରହିଛି ଭାରତ । ୟୁଜଭେନ୍ଦ୍ର ଚହଲ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ନେତୃତ୍ବ ନେଇଥିବା ଅଲରାଉଣ୍ଡର ପାଣ୍ଡ୍ୟା । ପ୍ରଥମ ଓଭରରେ ଭୁବନେଶ୍ବର କୁମାର ଓପନିଂ ଯୋଡି ଭାଙ୍ଗିଥିଲା । ଅଧିନାୟକ ଆଣ୍ଡି ବାଲବରିନ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପର ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ୟ ଓପନର ପଲ ଷ୍ଟର୍ଲିଂ (4)ଙ୍କୁ ଆଉଟ କରିଥିଲେ । ପ୍ରଥମ ୱିକେଟ ପରେ ବ୍ୟାଟିଂ ପାଇଁ ଆସିଥିବା ଗ୍ୟାରେଥ ଡେଲାନି (8)ରନ କରି ଅଭେଶ ଖାନଙ୍କ ବଲର ଶିକାର ହୋଇଥିଲେ । ଦଳୀୟ ସ୍କୋର 22 ରନରେ ଆୟର୍ଲାଣ୍ଡ 3ଟି ୱିକେଟ ହରାଇଥିଲା ।

ହ୍ୟାରୀ ଟେକ୍ଟର ଦମଦାର ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । 29 ବଲରେ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହି 64 ରନ କରି ଦଳୀୟ ସ୍କୋରକୁ 108ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର, ପାଣ୍ଡ୍ୟା, ଅଭେଶ ଖାନ ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

109ରନ ବିଜୟ ଲକ୍ଷ୍ୟ ନେଇ ଭାରତ ପାଳି ଆରମ୍ଭ କରିଥିଲା । ଦୀପକ ହୁଡ୍ଡା ଓ ଇଶାନ କିଷନ ପ୍ରଥମ ୱିକେଟରେ 30 ରନ ସଂଗ୍ରହ କରିଥିଲେ । 11 ବଲରୁ 26 ରନ କରି (3ଟି ଚୌକା, 2ଟି ଛକା) ଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ । ହୁଡା ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । 29 ବଲରେ ଅପରାଜିତ 46 ରନ ( 6ଚୌକା, 2ଛକା) କରିଥିଲେ ଦୀପକ ହୁଡ୍ଡା ।

ତାଙ୍କ ସହ ଅଧିନାୟକ ପାଣ୍ଡ୍ୟା ଯୋଗ ଦେଇଥିଲେ । ଉଭୟ ଦଳୀୟ ସ୍କୋରକୁ 94ରେ ପହଞ୍ଚାଇଥିଲେ । ପାଣ୍ଡ୍ୟା 24 ରନ କରି (1ଚୌକା,3 ଛକା) ଆଉଟ ହୋଇଥିଲେ । ପରେ ପରେ କାର୍ତ୍ତିକ (5) କ୍ରିଜରେ ଯୋଗଦେଇ ଦଳକୁ ବିଜୟୀ କରାଇଥିଲେ । 16ଟି ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଭାରତ । 3ୱିକେଟ ହରାଇ 111ରନ କରିଥିଲା ଟିମ ଇଣ୍ଡିଆ ।

ଭାରତୀୟ ସମୟ ରାତି 9ଟାରେ ମ୍ୟାଚ୍‌ ଆରମ୍ଭ ହେବାର ସମୟ ରହିଥିଲା । ମାତ୍ର ବର୍ଷା ପାଇଁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା ଓ ଓଭର ସଂଖ୍ୟା 12କୁ କମାଇଦିଆଯାଇଥିଲା । 4 ଓଭର ପାୱାର ପ୍ଲେ ରହିଥିଲା । 3 ବୋଲରଙ୍କୁ 2 ଓଭର ଓ 2 ଜଣ ବୋଲରଙ୍କୁ 3 ଓଭର ଲେଖାଏଁ ବୋଲିଂ ଅନୁମତି ରହିଥିଲା ।

ABOUT THE AUTHOR

...view details