ଓଡିଶା

odisha

By

Published : Nov 2, 2022, 6:00 PM IST

Updated : Nov 2, 2022, 6:33 PM IST

ETV Bharat / sports

T20 World Cup: ରୋମାଞ୍ଚକର ମ୍ୟାଚରେ ଭାରତ ବିଜୟୀ, ୫ରନରେ ହାରିଲା ବାଂଲାଦେଶ

ବାଂଲାଦେଶକୁ ୫ ରନରେ ହରାଇଲା ଭାରତ । ବାଂଲାଦେଶକୁ ହରାଇ ସେମିଫାଇନାଲ ରାସ୍ତା ସହଜ କଲା ମେନ ଇନ ବ୍ଲୁ ।

T20 World Cup  :ରୋମାଞ୍ଚକର ମ୍ୟାଚରେ ଭାରତ ବିଜୟୀ, ୫ ରନରେ ହାରିଲା ବାଂଲାଦେଶ
T20 World Cup :ରୋମାଞ୍ଚକର ମ୍ୟାଚରେ ଭାରତ ବିଜୟୀ, ୫ ରନରେ ହାରିଲା ବାଂଲାଦେଶ

ଆଡିଲେଡ :ଆଡିଲେଡ : ବାଂଲାଦେଶକୁ ହରାଇ ୨ ପଏଣ୍ଟ ହାସଲ କଲା ଟିମ୍ ଇଣ୍ଡିଆ । ଭାରତର ଏହି ବିଜୟ ସତ୍ତ୍ବେ ଟିମ ଇଣ୍ଡିଆର ସେମିଫାଇନାଲ ରାସ୍ତା ସହଜ ହୋଇଛି । ଆଜି ଆଡିଲେଡରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ୫ ରନରେ ବିଜୟୀ ହୋଇଛି । ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା ରୋହିତ ବାହିନୀ । ହେଲେ ବର୍ଷା କାରଣରୁ ବାଂଲାଦେଶକୁ DLS ମେଥଡ ଅନୁଯାୟୀ ୧୬ ଓଭରରେ ୧୫୧ ରନ୍ ଟାର୍ଗେଟ ଦିଆଯାଇଥିଲା । ଏହାର ଜବାବରେ ବାଂଲାଦେଶ ୧୬ ଓଭରରେ ୬ ୱିକେଟ ହରାଇ ୧୪୫ ରନ କରିଛି ।

ଭାରତ ପାଇଁ ଆଜିର ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ ରହିଥିଲା । ବିଜୟ ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିଲା । ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ମେନ ଇନ ବ୍ଲୁ ୧୮୪ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ବିରାଟ କୋହଲି ୪୪ ବଲରୁ ୮ ଟି ଚୌକା ଓ ଗୋଟିଏ ଛକା ସହିତ ୬୪ ରନର ଧୂଆଁଧାର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ରାହୁଲ ୩୨ ବଲରୁ ୩ ଟି ଚୌକା ଓ ୪ ଟି ଛକା ସହିତ ୫୦ ରନର ଦମଦାର ଇନିଂସ ଖେଳି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୩୦ ରନ କରିଥିଲେ । ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତକ, ଅକ୍ଷର ପଟେଲ ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ । ଅଶ୍ବିନୀ ୬ ବଲରୁ ଗୋଟିଏ ଛକା ଗୋଟିଏ ଚୌକା ସହିତ ୧୩ ରନ କରି ଅପରାଜିତ ରହିଥିଲେ । ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

୧୮୫ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବାଂଲାଦେଶ । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲେ । ହେଲେ ବର୍ଷା ବାଂଲାଦେଶ ବିଜୟ ରାସ୍ତାର ଖଳନାୟକ ସାଜିଥିଲା । ବର୍ଷା ପାଇଁ କିଛି ସମୟ ମ୍ୟାଚ ସ୍ଥଗିତ ରହିଥିଲା । ଏହାପରେ DLS ମେଥଡ ଅନୁଯାୟୀ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନର ଟାର୍ଗେଟ ଦିଆଯାଇଥିଲା । ଲିଟନ ଦାସଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୧୦୦ ରନ ଅତିକ୍ରମ କରିବାରେ ସଫଳ ହୋଇଥିଲା । ସେ ୨୭ ବଲରୁ ୭ ଟି ଚୌକା ଓ ୩ ଟି ଛକା ସହିତ ୬୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ନାଜମୁଲ ହସେନ ୨୧ ରନ, ନୁରୁଲ ହାସନ ୨୫ ରନ, ଅଧିନାୟକ ସାକିବ ଅଲ ହାସନ ୧୩ ରନ କରିଥିଲେ ।

Last Updated : Nov 2, 2022, 6:33 PM IST

ABOUT THE AUTHOR

...view details