ଓଡିଶା

odisha

ETV Bharat / sports

Cricket World Cup 2023: ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302ରନରେ ଜିତିଲା ଟିମ୍ ଇଣ୍ଡିଆ - ଭାରତର ବୃହତ ବିଜୟ

ଭାରତର ବୃହତ ବିଜୟ । ଧରାଶାୟୀ ହେଲା ଶ୍ରୀଲଙ୍କା । ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 8ଟି ଓ୍ବିକେଟ ହରାଇ 357 ରନ ସ୍କୋର କରିଥିଲା । ଅଧିକ ପଢନ୍ତୁ

Cricket World Cup 2023: ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302 ରନରେ ଜିତିଲା ଟିମ୍ ଇଣ୍ଡିଆ
Cricket World Cup 2023: ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302 ରନରେ ଜିତିଲା ଟିମ୍ ଇଣ୍ଡିଆ

By ETV Bharat Odisha Team

Published : Nov 2, 2023, 8:46 PM IST

Updated : Nov 2, 2023, 9:28 PM IST

ହାଇଦ୍ରାବାଦ: 302 ରନର ବିଶାଳ ସ୍କୋରରେ ଶ୍ରୀଲଙ୍କାକୁ ପରାଜୟ କଲା ଭାରତ । ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302 ରନରେ ଜିତିଲା ଟିମ୍ ଇଣ୍ଡିଆ । 358 ରନ ସ୍କୋରକୁ ପିଛା କରି ଇନିଂସ ଆରମ୍ଭରୁ ଆଣ୍ଠେଇ ଥିଲା ଶ୍ରୀଲଙ୍କା । ଟିମ୍ ଇଣ୍ଡିଆର ବେଷ୍ଟ ବୋଲର ବୁମରା ପ୍ରଥମ ବଲରେ ଶ୍ରୀଲଙ୍କାର ଇନଫର୍ମ ନିଶଙ୍କାଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ । ପରେ ସିରାଜ ଏବଂ ସାମି କୌଣସି ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠିବାକୁ ଦେଇନଥିଲେ । ଏପରିକି ମାତ୍ର 3.1 ଓଭରରେ ଶ୍ରୀଲଙ୍କାର ସ୍କୋର ଥିଲା 4 ଓ୍ବିକେଟ ବିନିମୟରେ 3 ରନ ।

ପରେ 14 ରନରେ ପଞ୍ଚମ ଓ୍ବିକେଟ ଏବଂ 14ରେ ମଧ୍ୟ ଷଷ୍ଠ ଓ୍ବିକେଟ ପଡିଥିଲା । ପରେ 22 ରନରେ ସପ୍ତମ ଓ୍ବିକେଟ ଏବଂ 29 ରନରେ ଅଷ୍ଟମ ଓ୍ବିକେଟ ପଡିଥିଲା । ତେବେ 49 ରନରେ 9ମ ଏବଂ 55 ରନରେ 10 ଓ୍ବିକେଟ ପଡିଥିଲା ।

ଶ୍ରୀଲଙ୍କା ଦକ୍ଷରୁ 5 ଜଣ ବ୍ୟାଟର ଖାତା ଖୋଲିପାରିନଥିଲେ । ତେବେ ଦଳର ମାତ୍ର 3 ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁଥିଲେ । ମାଥ୍ୟୁସ 12 ରନ କରିଥିବା ବେଳେ ଥେକସେନା 12 ଏବଂ ରଜିଥା 14 ରନ ସ୍କୋର କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଥ୍ୟୁସ ସର୍ବାଧିକ 25ଟି ବଲ ଖେଳିଥିଲେ । ତେବେ 19.4 ଓଭରରେ 55 ରନ ସ୍କୋର କରି ଅଲଆଉଟ ହୋଇ ଯାଇଛି ଶ୍ରୀଲଙ୍କା ଦଳ ।

ଏହା ମଧ୍ୟ ପଢନ୍ତୁ:Cricket World Cup: ଇଂଲଣ୍ଡ ଟିମକୁ ପୁଣି ଝଟକା, ବିଶ୍ବକପ ମଝିରେ ଅବସର ଘୋଷଣା କଲେ ଷ୍ଟାର ବୋଲର

ଭାରତ ଆଜିର ବିଜୟ ସହିତ 7ଟି ମ୍ୟାଚରୁ 7ଟିରେ ବିଜୟ ସହିତ ପ୍ରଥମ ଦଳ ଭାବେ ଚଳିତ ବିଶ୍ବକପରେ ସେମି ଫାଇନାଲରେ ପ୍ରବେଶ କରିଛି । ଏପଟେ ଭାରତ 302 ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ବ ରେକର୍ଡ କରିଛି । ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 8ଟି ଓ୍ବିକେଟ ହରାଇ 357 ରନ ସ୍କୋର କରିଥିଲା । ଭାରତ ପକ୍ଷରୁ ଗିଲ ସର୍ବାଧିକ 92 ରନ ସ୍କୋର କରିଥିବା ବେଳେ କୋହଲି 88 ରନ ସ୍କୋର କରିଥିଲେ । ଏହାସହିତ ଆୟର ମଧ୍ୟ 82 ରନର ଦର୍ଶନୀୟ ଇନିଂସ ଖେଳିଥିଲେ ।

ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ସାମି 5 ଓଭର ବୋଲିଂ କରି 18 ରନ ଦେଇ 5ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ 3ଟି ଏବଂ ବୁମରା ଏବଂ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2023, 9:28 PM IST

ABOUT THE AUTHOR

...view details