ଓଡିଶା

odisha

ETV Bharat / sports

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ମହିଳା କ୍ରିକେଟ ଟିମ୍ - ମିତାଲି ରାଜ

ଭାରତୀୟ ମହିଳା ଟିମ ଶେଷ ଥର ପାଇଁ ବର୍ଷ 2006 ରେ ମିତାଲି ରାଜଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଆଡିଲେଡରେ ଖେଳାଯାଇଥିବା ୱାନ-ଅଫ ଟେଷ୍ଟରେ ଗୋଟିଏ ଇଂନିସ ଓ 4 ରନରେ ହାରିଥିଲା ଭାରତ । ଅଧିକ ପଢନ୍ତୁ...

BCCI
BCCI

By

Published : May 18, 2021, 10:28 PM IST

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟ ଟିମ ଗତ 15 ବର୍ଷରେ ପ୍ରଥମ ଥର ଗୋଟିଏ ୱାନ-ଅଫ ଟେଷ୍ଟ ଓ ସୀମିତ ଓଭର ସିରିଜ ଖେଳିବାକୁ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ । ଏନେଇ ଉଭୟ ଭାରତୀୟ କ୍ରିକେଟ ବୋର୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଘୋଷଣା କରିଛନ୍ତି ।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମେଗାନ ସ୍କଟ ନିକଟରେ ଏକ କ୍ରିକେଟ ପୋଡକାଷ୍ଟ, 'ନୋ ବଲ' ରେ ଅଷ୍ଟ୍ରେଲିଆ ସେପ୍ଟେମ୍ବରରେ ଘରୋଇ ସିରିଜ ଭାରତ ସହ ଖେଳିବା ନେଇ ଖୁଲାସା କରିଥିଲେ ।

ଭାରତୀୟ ମହିଳା ଟିମ ଶେଷ ଥର ପାଇଁ ବର୍ଷ 2006 ରେ ମିତାଲି ରାଜଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଆଡିଲେଡରେ ଖେଳାଯାଇଥିବା ୱାନ-ଅଫ ଟେଷ୍ଟରେ ଗୋଟିଏ ଇଂନିସ ଓ 4 ରନରେ ହାରିଥିଲା ଭାରତ । ଭାରତୀୟ ଟିମରେ ଅଞ୍ଜୁମ ଚୋପ୍ରା, ଝୁଲଣ ଗୋସ୍ବାମୀ ନିତୁ ଡେଭିଡଙ୍କ ପରି ଖେଳାଳି ରହିଥିଲେ ।

ଉଭୟ ଟିମ ମଧ୍ୟରେ ମୋଟ 9ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିବାବେଳେ, ଅଷ୍ଟ୍ରେଲିଆ 4ଟିରେ ବିଜୟୀ ହୋଇଛି । ଅନ୍ୟ 5ଟି ମୁକାବିଲା ଡ୍ରରେ ଶେଷ ହୋଇଛି ।

ଜୁନ ଓ ଜୁଲାଇରେ ମହିଳା ଟିମ ଇଂଲଣ୍ଡ ଗସ୍ତ କରିବାର ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details