ବେଙ୍ଗାଲୁରୁ:ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ । ଏହି ଦିବାରାତ୍ର ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ ଇଣ୍ଡିଆ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଘରୋଇ ଟିମ ୧-୦ରେ ଆଗୁଆ ରହିଛି । ଫଳରେ ଏହି ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ରେ ବିଜୟ ସହ କ୍ଳିନସୁଇପ ଲକ୍ଷ୍ୟରେ ରହିଛି ଭାରତ । ବର୍ତ୍ତମାନ ସୁଦ୍ଧା ଭାରତ 2ଟି ଓ୍ବିକେଟ ହରାଇ 19 ଓଭର ବ୍ୟାଟିଂ କରି 62 ରନ ସଂଗ୍ରହ କରିଛି ।
ଏଥିସହ ଗୁରୁତ୍ବପୂର୍ଣ୍ଣ ବିଶ୍ବ ଟେଷ୍ଟ ଚାମ୍ପିୟନସିପ(WTC) ପଏଣ୍ଟ ହାତେଇ ପଏଣ୍ଟ ଟେବୁଲର ଶୀର୍ଷକ୍ରମରେ ସ୍ଥାନ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ପ୍ରଥମ ମ୍ୟାଚ୍ରେ ମୋହାଲିରେ ଇଂନିସ ପରାଜୟ ପରେ ବେଙ୍ଗାଲୁରୁରେ ସିରିଜ ପରାଜୟ ଏଡାଇବାକୁ ଭ୍ରମଣକାରୀ ଶ୍ରୀଲଙ୍କା ପାଖରେ ଶେଷ ସୁଯୋଗ ରହିଛି ।