ରାଞ୍ଚି(ଝାଡଖଣ୍ଡ): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ JSCA ଅନ୍ତର୍ଜାତୀୟ ଷ୍ଟାଡିୟମ ରାଞ୍ଚିରେ ଖେଳାଯାଉଛି ୩ ଟିକିଆ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍ । ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ଦ୍ରୁତ ବୋଲର ହର୍ଷଲ ପଟେଲ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଛନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ହାତରୁ ଭାରତୀୟ ଟିମର କ୍ୟାପ୍ ଗ୍ରହଣ କରିଛନ୍ତି ହର୍ଷଲ ।
୩ଟିକିଆ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଫଳରେ ଆଜିର ମ୍ୟାଚ୍ରେ ବିଜୟ ମିଳିଲେ ସିରିଜ ହାତେଇବ ମେନ ଇନ୍ ବ୍ଲୁ ।