ଓଡିଶା

odisha

ETV Bharat / sports

କ୍ରିକେଟକୁ ଅଲବିଦା କହିଲେ ଏହି ଭାରତୀୟ ମହିଳା କ୍ରିକେଟର - କ୍ରିକେଟରୁ ଅବସର ନେଲେ କରୁଣା ଜୈନ

ଭାରତୀୟ ମହିଳା କ୍ରିକେଟର କରୁଣା ଜୈନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । କରୁଣା ଜୈନ 2004 ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଥିଲେ । ଯେଉଁଥିରେ ସେ 64 ରନ ସଂଗ୍ରହ କରିଥିଲେ । ଏହା ପରଠୁ ସେ ଭାରତୀୟ କ୍ରିକେଟ ଦଳର ପ୍ରମୁଖ ସଦସ୍ୟ ହୋଇଯାଇଥିଲେ । ଅଧିକ ପଢନ୍ତୁ

କ୍ରିକେଟକୁ ଅଲବିଦା କହିଲେ କରୁଣା ଜୈନ
କ୍ରିକେଟକୁ ଅଲବିଦା କହିଲେ କରୁଣା ଜୈନ

By

Published : Jul 24, 2022, 9:42 PM IST

ହାଇଦ୍ରାବାଦ:ଭାରତୀୟ ମହିଳା କ୍ରିକେଟର କରୁଣା ଜୈନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଆଜି(ରବିବାର) ସେ ତାଙ୍କର ଅବସର ଘୋଷଣା କରିଛନ୍ତି । 36 ବର୍ଷିୟ କରୁଣା ଜୈନ ଭାରତୀୟ ମହିଳା କ୍ରିକେଟ ଦଳର ରାଇଟ ହ୍ୟାଣ୍ଡ ବ୍ୟାଟର ସହିତ ୱିକେଟ କିପର ରହିଥିଲେ । ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଏବଂ ଟେଷ୍ଟ କ୍ରିକେଟରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ସେ ଦିନିକିଆ କ୍ରିକେଟରେ 8ଟି ଅର୍ଦ୍ଧଶତକ ହାସଲ କରିବା ସହିତ ଗୋଟିଏ ଶତକ ହାସଲ କରିଛନ୍ତି ।

କରୁଣା ଜୈନ 2004 ମସିହାରେ ୱେଷ୍ଟ ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଥିଲେ । ଯେଉଁଥିରେ ସେ 64 ରନ ସଂଗ୍ରହ କରିଥିଲେ । ଏହା ପରଠୁ ସେ ଭାରତୀୟ କ୍ରିକେଟ ଦଳର ଅଭିନ୍ନ ଅଙ୍ଗ ହୋଇଯାଇଥିଲେ । ସେହିପରି ସେ 44 ଟି ଦିନିକିଆ କ୍ରିକେଟ ମ୍ୟାଚ୍‌ ଖେଳି 987 ରନ ସଂଗ୍ରହ କରିଛନ୍ତି । କରୁଣା ଜୈନ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳି 195 ରନ ସଂଗ୍ରହ କରିଛନ୍ତି । 2005 ମସିହାରେ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ସେହିପରି ସେ 9ଟି ଟି-20 ମ୍ୟାଚ ଖେଳିଛନ୍ତି ।

ଅବସରକାଳୀନ ବାର୍ତ୍ତାରେ ସେ କହିଛନ୍ତି, "ଯେଉଁମାନେ ମୋ କ୍ରିକେଟ ଯାତ୍ରା ଆରମ୍ଭରୁ ମୋ ସହିତ ଜଡିତ ରହିଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଉଛି । ସାଥି ଖେଳାଳି, ସମସ୍ତ ପ୍ରଶିକ୍ଷକ, ସହଯୋଗୀ ଏବଂ ମୋ ଦଳର ସହଯୋଗ ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୋତେ ଖେଳ ବିଷୟରେ କିଛି ପ୍ରଶିକ୍ଷଣ ଦେବା ସହିତ ମୋ ଜୀବନ ବିଷୟରେ ମଧ୍ୟ ମୋତେ ବହୁତ କିଛି ଶିଖାଇଛନ୍ତି । ଏହା ମୋ ପାଇଁ ଏକ ଅତ୍ମବିଶ୍ବାସର ଯାତ୍ରା ରହିଥିଲା । ଏଇ ଯାତ୍ରା ପାଇଁ ମୋ ପରିବାର ବିଶେଷ କରି ମୋ ଭାଇ ମୋତେ ବହୁତ ସମର୍ଥନ କରିଥିଲା ।"

ABOUT THE AUTHOR

...view details