ପୋର୍ଟ ଅପ ସ୍ପେନ :ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜକୁ ଭାରତ 1-0ରେ ଜିତିଛି । ବର୍ଷା ବାଧା ସାଜିବାରୁ ଦ୍ବିତୀୟ ଟେଷ୍ଟର ଅନ୍ତିମ ଦିନରେ ମ୍ୟାଚ ହୋଇନଥିଲା । ଫଳରେ ଦ୍ବିତୀୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଥିଲା । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-0ରେ ଜିତିଛି ଭାରତ । ସେପଟେ ପରାଜୟରୁ ବର୍ତ୍ତି ଯାଇଛି ଘରୋଇ ଇଣ୍ଡିଜ ଦଳ । ଲଗାତାର ବର୍ଷା ଲାଗି ରହିବାରୁ ଦ୍ବିତୀୟ ଟେଷ୍ଚର ଅନ୍ତିମ ଦିନରେ ମ୍ୟାଚ ଖେଳାଯାଇପାରିନଥିଲା ଫଳରେ ଅମୀମାଂସିତ ରହିଛି । 5ଟି ୱିକେଟ ନେଇଥିବା ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତ ପ୍ରଥମ ଇନିଂସ 438 ଓ ଦ୍ବିତୀୟ ଇନିଂସ 2ଟି ୱିକେଟ ହରାଇ 181 ରନ କରି ପାଳି ଘୋଷଣା କରିଥିଲା । ଘରୋଇ ଦଳ ପ୍ରଥମ ଇନିଂସ 255 ଓ ଦ୍ବିତୀୟ ଇନିଂସରେ 2ଟି ୱିକେଟ ହରାଇ 76 ରନ କରିଥିଲା ।
ଏହା ବି ପଢନ୍ତୁ...INDvsWI 2nd Test: ଇଣ୍ଡିଜର ଲକ୍ଷ୍ୟ 365, ବିଜୟଠୁ 8 ୱିକେଟ ଦୂରରେ ଇଣ୍ଡିଆ
ପୋର୍ଟ ଅଫ ସ୍ପେନରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ନିର୍ଣ୍ଣାୟକ ଅନ୍ତିମ ଦିନରେ ପ୍ରବଳ ବର୍ଷା ହୋଇଥିଲା । ଛାଡ଼ିବାର ନାମ ନେଇନଥିଲା । ମ୍ୟାଚରେ ଭାରତ ପ୍ରଦର୍ଶନ ଦେଖିଲେ ଲାଗୁଥିଲା ଦ୍ବିତୀୟ ଟେଷ୍ଟରେ ଭାରତ ବାଜି ମାରି ନେବ । ହେଲେ ବର୍ଷା ବାଧକ ସାଜିଥିଲା ଫଳରେ ଭାରତର ସିରିଜ ମୂଳପୋଛ କରିବାକୁ ସ୍ବପ୍ନ ଆଧୁରା ରହିଛି । ବର୍ଷା ବଢିବାକୁ ଲାଗିଥିଲା ଫଳରେ ଅନ୍ତିମ ଦିବସ ଘୋଷଣା କରାଯାଇ ମ୍ୟାଚ ଡ୍ର' ରହିଥିଲା । ଘାତକ ବୋଲିଂ କରି ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । 365 ରନ ବିଜୟ ଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା 2 ୱିକେଟ ହରାଇ 76 ରନ କରିଥିଲା । ଚନ୍ଦରପାଲ 24 ଓ ବ୍ଲାକଉଡ୍ 20 ରନ୍ କରି ଅପରାଜିତ ଥିଲେ । ଘରୋଇ ଦଳକୁ ବିଜୟ ପାଇଁ 289 ରନ ଦରକାର ଥିଲା ବେଳେ ଭାରତ ବିଜୟ ପାଇଁ 8 ୱିକେଟ ଦୂରରେ ଥିଲା ।