ଓଡିଶା

odisha

ETV Bharat / sports

IND VS WI 1st Test : 150ରେ ଅଟକିଲା ଇଣ୍ଡିଜ, ଅଶ୍ବିନୀଙ୍କୁ 5 ୱିକେଟ

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ 150ରନରେ ଅଲଆଉଟ ହୋଇଛି ଇଣ୍ଡିଜ ଦଳ । ଅଧିକ ପଢନ୍ତୁ

West Indies all out in 150
IND VS WI 1st Test

By

Published : Jul 13, 2023, 8:28 AM IST

ଡୋମିନିକା: ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି । ଏଥିରେ ଦମଦାର ଆରମ୍ଭ କରିଛି ଭାରତୀୟ ଦଳ । ପ୍ରଥମ ଦିନରେ ଭାରତୀୟ ବୋଲର ଆଧିପତ୍ୟ ବିସ୍ତାର କରିଛନ୍ତି । ରବି ଚନ୍ଦ୍ରନ ଅଶ୍ବିନୀଙ୍କ ଯାଦୁଗରୀ ସ୍ପିନ ଜାଲରେ ଫସିଛନ୍ତି ଇଣ୍ଡିଜ ବ୍ୟାଟର । ପ୍ରଥମ ଇନିଂସରେ ମାତ୍ର 150 ରନ କରି ଅଲଆଉଟ ହୋଇଛି ୱେଷ୍ଟଇଣ୍ଡିଜ । ଅଶ୍ବିନୀ 5ଟି ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପ୍ରଥମ ପାଳି ଆରମ୍ଭ ହୋଇଛି । ଅଧିନାୟକ ରୋହିତ ଶର୍ମା ଓ ଯଶସ୍ବୀ ଜୈସ୍ବାଲ ବ୍ୟାଟିଂ ଜାରି ରଖିଛନ୍ତି ।

ଟସ୍‌ ଜିତି ପ୍ରଥମ ବ୍ୟାଟଂ ନିଷ୍ପତ୍ତି ନେଇଥିଲା ଘରୋଇ ୱେଷ୍ଟଇଣ୍ଡିଜ । ଦଳ ପକ୍ଷରୁ କ୍ରେଗ ବ୍ରାଥୱେଟ ଓ ତେଜନାରାଏନ ଚନ୍ଦରପାଲ୍ ସତର୍କତାର ସହ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 31 ବେଳକୁ ଇଣ୍ଡିଜର ପ୍ରଥମ ୱିକେଟ ପତନ ହୋଇଥିଲା । ତେଜନାରାଏନ ଚନ୍ଦରପାଲ୍ ଅଶ୍ବିନୀଙ୍କ ଶିକାର ହୋଇଥିଲେ । ଚନ୍ଦରପାଲ 44ବଲରେ 12ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହାପରେ 20 ରନ କରି ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ କ୍ରେଗ ବ୍ରାଥୱେଟ । ଏହା ପରେ ଜର୍ମେନ ବ୍ଲାକଉଡ ଓ ରେମନ ରିଫର ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର 47ରେ ସାର୍ଦୁଳ ଠାକୁରଙ୍କ ଶିକାର ହୋଇଥିଲେ ରେମନ ରିଫର । ସେ 18 ବଲରେ ମାତ୍ର 2 ରନ କରି ଆଉଟ ହୋଇଥିଲେ । ଏହାପରେ ଏଲିକ ଆଥାଞ୍ଜି ଓ ଜର୍ମେନ ବ୍ଲାକଉଡ୍‌ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଚତୁର୍ଥ ୱିକେଟରେ ଉଭୟ 21 ରନ ଯୋଡ଼ିଥିଲେ ।

ଲଞ୍ଚ୍‌ ବ୍ରେକ ପୂର୍ବରୁ ଜାଡେଜା ଆଉ ଏକ ୱିକେଟ ନେଇ ଘରୋଇ ଦଳକୁ ଘାଇଲା କରିଥିଲେ । ଜର୍ମେନ ବ୍ଲାକଉଡ 34 ବଲରେ 14 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 68ରେ ଇଣ୍ଡିଜ 4 ୱିକେଟ ହରାଇ ସଙ୍କଟରେ ପଡିଥିଲା । ଲଞ୍ଚ୍‌ ବ୍ରେକ ପରେ ଅଶ୍ବିନୀଙ୍କୁ ଆଉ ଏକ ସଫଳତା ମିଳିଥିଲା । ଜୋଶୁଆ ଡା ସିଲଭା ଅଶ୍ବିନଙ୍କ ସ୍ପିନର ସାମ୍ନା କରି ପାରନଥିଲେ । 2 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 76ରେ ଇଣ୍ଡିଜ 5ଟି ୱିକେଟ ହରାଇ ସାରିଥିଲା । ଏଲିକ ଆଥାଞ୍ଜି ଓ ଜାସନ ହୋଲ୍ଡର ସ୍ଥିତି ସମ୍ଭାଳି ବ୍ୟାଟିଂ କରିଥିଲେ । ମାତ୍ର ଭାରତୀୟ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନ ଥିଲେ । 49ତମ ଓଭରରେ ଜେସନ ହୋଲ୍ଡର 18 ରନ କରି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଆଲଜାରୀ ଜୋସେଫ 4 ରନ କରି ଅଶ୍ବିନୀଙ୍କ ଶିକାର ହୋଇଥିଲେ । 54ତମ ଓଭରରେ ଅଶ୍ବିନୀଙ୍କୁ ଆଉ ଏକ ସଫଳତା ମିଳିଥିଲା । ଏଲିକ ଆଥାଞ୍ଜି 47 ରନ କରି ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...ICC Player Of The Month: ହସରଙ୍ଗା-ଗାର୍ଡନର ଜୁନ ମାସର ଶ୍ରେଷ୍ଠ ଖେଳାଳି

ଦଳୀୟ ସ୍କୋର 137ରେ ଘରୋଇ ଦଳ 8ଟି ୱିକେଟ ହରାଇଥିଲା । ଏହାପରେ କେମାର ରୋଚ ମାତ୍ର 1 ରନରେ ଜାଡେଜାଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ପରେ ପରେ ଜୋମେଲ ୱାରିକାନ 1 ରନ କରି ଅଶ୍ବିନୀଙ୍କ ବଲରେ ଆଉଟ ହୋଇଥିଲେ । 150ରେ ଇଣ୍ଡିଜ ଦଳର ପ୍ରଥମ ପାଳି ଅଟକି ଯାଇଥିଲା । ଅଶ୍ବିନୀ 60 ରନ ଦେଇ 5 ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ଟେଷ୍ଟ କ୍ରିକେଟରେ ଏହା ଅଶ୍ବିନୀଙ୍କର 33ତମ 5 ୱିକେଟ ସଫଳତା । ଭାରତ ପ୍ରଥମ ପାଳି ଆରମ୍ଭ କରିଛି । ରୋହିତ ଶର୍ମା ଓ ଯଶସ୍ବୀ ଜୈସୱାଲ ଓପେନିଂ କରିଛନ୍ତି । ଉଭୟ ଭଲ ଆରମ୍ଭ କରିଛନ୍ତି । ରୋହିତ 65 ବଲ ଖେଳି 30 ଓ ଯଶସ୍ବୀ ଜୈସୱାଲ 73 ବଲରେ 40 ରନ୍‌ କରିଛନ୍ତି । ଭାରତର ପ୍ରଥମ ଇନିଂସରେ ସ୍କୋର 80/0 ରହିଛି ।

ଟେଷ୍ଟ ପଦାର୍ପଣ କଲେ ଜୈସ୍ବାଲ-ଇଷାନ:ଭାରତୀୟ ଦଳର ଦୁଇ ଯୁବ ତାରକା ବାମହାତୀ ଖେଳାଳିଯଶସ୍ବୀ ଜୈସୱାଲ ଓ ଇଷାନ କିଶନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଛନ୍ତି । ଯଶସ୍ବୀ ଜୈସ୍ବାଲ ଓପନିଂ କରିଛନ୍ତି । ଆଇପିଏଲରେ ଜବରଦସ୍ତ ବ୍ୟାଟିଂ କରିଥିବା ଜୈସ୍ବାନଙ୍କୁ ଚେତେଶ୍ବର ପୂଜାରଙ୍କ ସ୍ଥାନରେ ଭାରତୀୟ ଦଳରେ ସୁଯୋଗ ମିଳିଛି । ମ୍ୟାଚ ଆରମ୍ଭ ପୂର୍ବରୁ ଡେବ୍ୟୁ କରିଥିବା ଦୁଇ ଖେଳାଳିଙ୍କୁ କ୍ୟାପ୍‌ ଦେଇ ସ୍ବାଗତ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ।

ABOUT THE AUTHOR

...view details