ଓଡିଶା

odisha

ETV Bharat / sports

IND VS WI 1st Test: ଭାରତ ପ୍ରଥମ ପାଳିରେ ଆଗୁଆ, ଜୈସ୍ବାଲଙ୍କ ଡେବ୍ୟୁ ଶତକ

ଘରୋଇ ୱେଷ୍ଟଇଣ୍ଡିଜ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଭାରତ ଭଲ ଆରମ୍ଭ କରିଛି । ପ୍ରଥମ ପାଳିରେ ଭାରତ ଆଗୁଆ ରହିିଛି । ଯଶସ୍ବୀ ଜୈସୱାଲ ଓ ରୋହିତ ଶର୍ମା ଶତକ ହାସଲ କରିଛନ୍ତି ।

By

Published : Jul 14, 2023, 9:45 AM IST

ଭାରତ ପ୍ରଥମ ପାଳିରେ ଆଗୁଆ
IND VS WI 1st Test

ଡୋମିନିକା: ଯୁବ ତାରକା ବ୍ୟାଟର ଯଶସ୍ବୀ ଜୈସ୍ବାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ଚମତ୍କାର ଶତକୀୟ ପାଳି ବଳରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି । ପ୍ରଥମ ପାଳିରେ ଭାରତ 162 ରନରେ ଆଗୁଆ ରହିଛି । ଘରୋଇ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ଦିନରେ ଅଶ୍ବିନୀଙ୍କ 5 ଓ ଜାଡେଜା 3ଟି ୱିକେଟ ଅକ୍ତିଆର କରିଥିଲେ ଫଳରେ ଇଣ୍ଡିଜ ଦଳ 150 ରନରେ ଅଟକି ଯାଇଥିଲା । ଜବାବରେ ଭାରତ ଦ୍ବିତୀୟ ଦିନ ଲଞ୍ଚ ବ୍ରେକ ପରେ 2ଟି ୱିକେଟ ହରାଇ 245ରନ କରିଛି । ପଦାର୍ପଣ ମ୍ୟାଚ ଖେଳୁଥିବା ଯଶସ୍ବୀ ଜୈସ୍ବାଲ ଅପରାଜିତ 116 ଓ ବିରାଟ କୋହଲି 4 ରନ କରି ଖେଳୁଛନ୍ତି ।

ଦ୍ବିତୀୟ ଦିନ ବିନା ୱିକେଟରେ 80ରନରୁ ଖେଳ ଆରମ୍ଭ କରିଥିଲା ଭାରତ । ଦୁଇ ଓପନର ଦର୍ଶନୀୟ ସଟ ଖେଳି ଭାରତୀୟ ରନ ଗାଡିକୁ ଆଗକୁ ନେଇଥିଲେ । ଲଞ୍ଚ ବ୍ରେକ ପୂର୍ବରୁ ଭାରତର ସ୍କୋର 146 ରହିଥିଲା । 68.6 ଓଭରରେ ଶତକ ହାସଲ କରିଥିଲେ ଯଶସ୍ବୀ । ଏହା ପରେ 72 ଓଭରରେ ରୋହିତ ଶର୍ମା ଶତକ ହାସଲ କରିଥିଲେ । ଏହା ପରେ ଦଳୀୟ ସ୍କୋର 229ରେ ପହଞ୍ଚିଥିଲା । 75ତମ ଓଭରରେ ରୋହିତ ବ୍ୟକ୍ତିଗତ 221 ବଲରୁ 103 ରନ କରି ଏଲିକ ଆଥାଞ୍ଜିଙ୍କ ଶିକାର ହୋଇଥିଲେ । ଏହା ପରେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଶୁଭମନ ଗିଲ୍‌ । ପୂଜାରାଙ୍କ ସ୍ଥାନ ନେଇ ଗିଲ ସଫଳ ହୋଇନଥିଲେ । ମାତ୍ର 6 ରନ କରି ଆଉଟ ହୋଇଥିଲେ ଶୁଭମନ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି । ସେ 10ଟି ବଲରୁ 4 ରନ କରି ଖେଳୁଛନ୍ତି । ଦ୍ବିତୀୟ ଦିନ ଭାରତ 2ଟି ୱିକେଟ ହରାଇ 312ରନ କରିଛି ।

ଏହା ବି ପଢନ୍ତୁ...IND VS WI 1st Test : 150ରେ ଅଟକିଲା ଇଣ୍ଡିଜ, ଅଶ୍ବିନୀଙ୍କୁ 5 ୱିକେଟ

ଏହା ବି ପଢନ୍ତୁ...IND VS WI 1st Test: ବାପା-ପୁଅଙ୍କୁ ଆଉଟ କରିବାରେ ଅଶ୍ବିନୀ ପ୍ରଥମ ଭାରତୀୟ

ପଦାର୍ପଣରେ ଜୈସ୍ବାଲଙ୍କ ଶତକ:ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଷ୍ଟାର ବ୍ୟାଟର ଯଶସ୍ବୀ ଜୈସ୍ବାଲ ଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ ଭାରତ ବିନା ୱିକେଟ ହରାଇ 80ରନରୁ ଖେଳ ଆରମ୍ଭ କରିଥିଲା । ଓପନର ରୋହିତ ଶର୍ମା ଓ ଜୈସ୍ବାଲ ବ୍ୟାଟି ଜାରି ରଖିଥିଲେ । ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ଜୈସ୍ବାଲ ଶତକ ଅର୍ଜନ କରିଥିଲେ । ବର୍ତ୍ତମାନ ଯଶସ୍ବୀ ଅପରାଜିତ 350 ବଲ ଖେଳି 143 ରନ କରିଛନ୍ତି । ସାଥୀରେ ବିରାଟ କୋହଲି ରହିଛନ୍ତି । ଜୈସ୍ବାଲଙ୍କ ପୂର୍ବରୁ ଶିଖର ଧାୱନ ଅଷ୍ଟ୍ରେଲିଆ, ପୃଥୀ ଶ' ୱେଷ୍ଟ ଇଣ୍ଡିଜ ଟେଷ୍ଟ ପଦାର୍ପଣ ହାସଲ ପରେ ତୃତୀୟ ଭାରତୀୟ ଭାବେ ଜୈସ୍ବାଲ ଡେବ୍ୟୁ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

ରୋହିତ ଶର୍ମାଙ୍କ 10ମ ଟେଷ୍ଟ ଶତକ:ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ଓପନିଂ କରିଥିବା କ୍ୟାପ୍ଟେନ ରୋହିତ ଶର୍ମା ଏହି ଶତକ ସହ 10ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ଏହା ସହିତ ଟେଷ୍ଟ କ୍ୟାରିୟରରେ ସେ 3500 ରନ ପୂରଣ କରିଛନ୍ତି । ଦଳୀୟ ସ୍କୋର 229ରେ ରୋହିତ 103 ରନ କରି ଏଲିକ ଆଥାଞ୍ଜିଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ଏହାପରେ ଶୁଭମନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ ।

ABOUT THE AUTHOR

...view details