ଓଡିଶା

odisha

ETV Bharat / sports

India vs West Indies 2nd T20: ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଭାରତ, ଓପନିଂ ଯୋଡି ଉପରେ ନଜର - ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ । ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର । ଅଧିକ ପଢନ୍ତୁ

india west indies match
india west indies match

By

Published : Aug 6, 2023, 7:58 AM IST

ହାଇଦ୍ରାବାଦ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି 20 ସିରିଜର ଦ୍ବିତୀୟ ମ୍ୟାଚ । ବିଜୟୀ ହେବାକୁ ଜୋରଦାର ଉଦ୍ୟମ କରିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଜୋରଦାର ଉଦ୍ୟମ କରିବ । ଏଥି ପାଇଁ ପୁରା ପ୍ରସ୍ତୁତ ହୋଇଛି ପାଣ୍ଡ୍ୟାଙ୍କ ବାହିନୀ । ଅନ୍ୟପଟେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା ଜାରି ରଖିବ ଘରୋଇ ଦଳ ଓ୍ବେଷ୍ଟଇଣ୍ଡିଜ । ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।

ଟେଷ୍ଟ ଓ ତିନି ଦିନିଆ ସିରିଜରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି କ୍ରମାଗତ ବିଜୟ ଜାରି ରଖିଥିଲା । ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ତେଣୁ ଦଳର ବିଜୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ । ଗତ ସିରିଜରେ ଇଶାନ ଭଳ ପ୍ରଦର୍ଶନ କରିଥିଲେ ମଧ୍ୟ 5 ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ନିରାଶ କରିଥିଲେ । ସେହି ପରି ଗିଲ ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନଙ୍କୁ ଫେରିଥିଲେ । କିନ୍ତୁ ତିଳକ ବର୍ମାଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ଖେଳ ମୋଡ ବଦଳାଇବାକୁ ସେ ଚେଷ୍ଟା କରିଥିଲେ ମଧ୍ୟ ପଡିଆରେ ବେଶି ସମୟ ତିଷ୍ଠି ପାରିନଥିଲେ । ବୋଲରଙ୍କ ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ ବ୍ୟାଟିଂ ବିଫଳତା ଯୋଗୁଁ ଭାରତ ବିଜୟୀ ହୋଇପାରିନଥିଲା । ତେଣୁ ଆଜି ନିଜ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ ଭାରତ । ଦଳରେ ବରିଷ୍ଠ ଖେଳାଳି ନଥିବାରୁ ବ୍ୟାଟିଂ ବିଭାଗ ଦୁର୍ବଳ ରହିଥିବା ମନେହେଉଛି । ତେଣୁ ଆଜି ଦେଖିଚାହିଁ ଭାରତ ଏକାଦଶ ଚୟନ କରିବ । ଅନ୍ୟପଟେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଓ୍ବେଷ୍ଟଇଣ୍ଡିଜ ।

ଏହା ମଧ୍ୟ ପଢନ୍ତୁ-India vs West Indies 1st T20: ଭାରତର ବ୍ୟାଟିଂ ବିପର୍ଯ୍ୟୟ, 4 ରନରେ ଜିତିଲା ୱେଷ୍ଟଇଣ୍ଡିଜ

ଅଗଷ୍ଟ 3 ତାରିଖରେ ବ୍ରିୟାନ ଲାରା ଷ୍ଟାଡିୟମରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ । ମାତ୍ର 4 ରନରେ ଭାରତକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଥିଲା ଘରୋଇ ଦଳ । ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ବୋଲିଂରେ ଭାରତୀୟ ବ୍ୟାଟର ଘାଇଲା ହୋଇଥିଲା। ଫଳରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥିଲା । ତିଳକ ବର୍ମା 39 ରନ କରିଥିବା ବେଳେ ଅନ୍ୟ କେଉଁ ଖେଳାଳିଙ୍କ ବ୍ୟାଟରୁ ଭଲ ରନ ଆସିପାରିନଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିବା ଇଶାନ କିଶନ ଓ ଗିଲ ମଧ୍ୟ 2 ଅଙ୍କ ରନ ଛୁଇଁ ପାରିନଥିଲେ । ମୋଟ 20 ଓଭରରେ ଘରୋଇ ଦଳ 149 ରନ କରି ବିପକ୍ଷ ଦଳକୁ 150 ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବିଜୟ ରନର ପିଛା କରି ଭାରତ ମୋଟ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 145 ରନ କରିବାକୁ ସକ୍ଷମ ହୋଇଥିଲା ।

ABOUT THE AUTHOR

...view details