ହାଇଦ୍ରାବାଦ:ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ ସିରିଜ ଖେଳାଯିବ । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ଏଥିସହ ସିରିଜ ହାତେଇବାକୁ ଜୋରଦାର ଉଦ୍ୟମ କରିବ ଟିମ ଇଣ୍ଡିଆ । ବିଶ୍ବକପ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିବା ଓ୍ବେଷ୍ଟ ଇଣ୍ଡିଜର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଠାରୁ ପରାଜିତ ହୋଇଥିବାରୁ ଆଜି ସିରିଜ ବରାବର ଲକ୍ଷ୍ୟରେ ରହିବ ।
ଏହା ମଧ୍ୟ ପଢନ୍ତୁ-Asian Games 2023: ସିଧାସଳଖ କ୍ବାର୍ଟର ଫାଇନାଲ୍ ଖେଳିବ ଭାରତ, ଟି୨୦ ମାନ୍ୟତା ଆଧାରରେ ପ୍ରୋମୋସନ
ତେବେ ପ୍ରଥମ ମ୍ୟାଚରେ ଭାରତ ଯୁବ ଖେଳାଳିଙ୍କୁ ପ୍ରାଥମିକତା ଦେଇଥିଲା । ସିନିୟରଙ୍କ ବଦଳରେ ଯୁବ ଖେଳାଳିଙ୍କୁ ଆଗୁଆ ବ୍ୟାଟିଂ ପାଇଁ ପଠାଯାଇଥିଲା । କିନ୍ତୁ ଇଶାନ କିଷାନଙ୍କ ବ୍ୟତିତ କେହି ଭଲ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଆଜି ମଧ୍ୟ ଯୁବକ ଖେଳାଳିଙ୍କ ଉପରେ ଫୋକସ କରାଯାଇପାରେ । ଭାରତର ବୋଲିଂ ବିଭାଗ ଅତ୍ୟନ୍ତ ଦୃଢ ରହିଛି । କାହିଁକିନା ପ୍ରଥମ ମ୍ୟାଚରେ ଭାରତୀୟ ବୋଲର ଘାତକ ବୋଲିଂ କରି ସମସ୍ତ ଓ୍ବିକେଟ ନେଇଥିଲେ । କୁଳଦୀପ ଯାଦବ ସର୍ବାଧିକ 4ଟି ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ । ତେଣୁ ବୋଲିଂ ବିଭାଗରେ କୌଣସି ପରିବର୍ତ୍ତନ ଆସିନପାରେ ଆଜିର ମ୍ୟାଚରେ । ଓ୍ବେଷ୍ଟ ଇଣ୍ଡିଜ ଟେଷ୍ଟ ମ୍ୟାଚ ସହ ପ୍ରଥମ ଦିନିକିଆରେ ମଧ୍ୟ ନିରାଶ କରିଛି । ଫର୍ମକୁ ଫେରିବାକୁ ଆଜି ଦଳ ଏକାଦଶରେ ପରିବର୍ତ୍ତନ କରିପାରେ ।
ଏହା ମଧ୍ୟ ପଢନ୍ତୁ-INDVSWI 1st ODI: କୁଳଦୀପଙ୍କ କମାଲ, 5 ୱିକେଟରେ ଜିତିଲା ଭାରତ
ପ୍ରଥମ ଦିନିକିଆ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଏହାପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ବିପକ୍ଷ ଦଳ ୱେଷ୍ଟଇଣ୍ଡିଜ । କିନ୍ତୁ କୁଳଦୀପ ଯାଦବ ଓ ଜାଡେଜାଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲେ ୱେଷ୍ଟଇଣ୍ଡିଜ ବ୍ୟାଟର । ଶେଷରେ ସମସ୍ତ ଓ୍ବିକେଟ ହରାଇ 114 ରନରେ ଅଲ ଆଉଟ ହୋଇଥିଲା ଘରୋଇ ଦଳ । ଏହାପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତ । 115 ରନ ଛୋଟିଆ ବିଜୟ ଲକ୍ଷ୍ୟ ନେଇ ଭାରତର ଶୁଭମନ ଗିଲ ଓ ଇଶାନ କିଷନ ପାଳି ଆରମ୍ଭ କରିଥିଲେ । କିନ୍ତୁ ଦଳୀୟ ସ୍କୋର 70 ହୋଇଥିବା ବେଳେ ଭାରତ 3ଟି ଓ୍ବିକେଟ ହରାଇଥିଲା । ଇଶାନ କିଷନ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷରେ 5 ଓ୍ବିକେଟ ହରାଇ 118 ରନ ବଳରେ ଇଣ୍ଡିଜକୁ ପରାସ୍ତ କରିଥିଲା । ସର୍ବାଧିକ 4 ୱିକେଟ ନେଇ କୁଳଦୀପ ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।