ଓଡିଶା

odisha

ETV Bharat / sports

ଧୋନୀ ଓ ଗାଙ୍ଗୁଲିଙ୍କ କ୍ଲବରେ କ୍ୟାପଟେନ୍‌ ଧାୱନ ସାମିଲ - ଭାରତ ବନାମ ୱେଷ୍ଟ ଇଣ୍ଡିଜ

ଶିଖର ଧାୱନଙ୍କ ନେତୃତ୍ବରେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ଦିନିକିଆ ସିରିଜ କବଜା କରିନେଇଛି । ଏହି ସଫଳତା ପରେ ଶିଖର ଧାୱନ ଭାରତର ପଞ୍ଚମ ତମ ଅଧିନାୟକ ଭାବରେ ଉପଲବ୍ଧି ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଧୋନୀ, ଗାଙ୍ଗୁଲିଙ୍କ କ୍ଲବରେ ସାମିଲ ହେଲେ ଧାୱନ
ଧୋନୀ, ଗାଙ୍ଗୁଲିଙ୍କ କ୍ଲବରେ ସାମିଲ ହେଲେ ଧାୱନ

By

Published : Jul 25, 2022, 5:16 PM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ 2-0ରେ ଆଗୁଆ ଜିତିନେଇଛି ଭାରତ । ଦ୍ବିତୀୟ ଦିନିକିଆରେ ଭାରତ ଶେଷ ଓଭରରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଫଳରେ 2 ୱିକେଟରେ ମ୍ୟାଚ୍‌ ଜିତି ସିରିଜରେ 2-0 ରେ ଆଗୁଆ ରହିଛି ଶିଖର ଧାୱନଙ୍କ ଟିମ । ୱେଷ୍ଟଇଣ୍ଡିଜ ସିରିଜରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇ ବରିଷ୍ଠ ଓପନର ଶିଖର ଧାୱନଙ୍କ ଉପରେ ଅଧିନାୟକ ଭାର ନ୍ୟସ୍ତ କରିଥିଲା ବୋର୍ଡ । ଧାୱନ ବୋର୍ଡର ବିଶ୍ବାସସୁ ସଠିକ ପ୍ରମାଣିତ କରିବା ସହ ଯୁବ ଖେଳାଳିଙ୍କୁ ନେଇ ଇଣ୍ଡିଜକୁ ନିଡଜ ମାଟିରେ ହରାଇଛନ୍ତି ।

ଏହି ସଫଳତା ପରେ ଶିଖର ଧାୱନ ଭାରତର ପଞ୍ଚମ ଅଧିନାୟକ ଭାବରେ ବିରଳ ଉପଲବ୍ଧି ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜକୁ ନିଜ ମାଟିରେ ହରାଇ ଦିନିକିଆ ସିରିଜ କବଜା କରିଥିବା ଭାରତୀୟ ଅଧିନାୟକ ତାଲିକାରେ ଧାୱନଙ୍କ ନାମ ଯୋଡିହୋଇଛି । ପୂର୍ବରୁ ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଓ ବିରାଟ କୋହଲି ଏହି ସଫଳତା ହାସଲ କରିଥିଲେ ।

ବିରାଟ କୋହଲିଙ୍କ ଅଧିନାୟକତ୍ବରେ କାରବିୟନ ମାଟିରେ ଭାରତ ଦିନିକିଆ ସିରିଜ ବିଜୟୀ ହୋଇଛି । ଏହାପୂର୍ବରୁ ଗାଙ୍ଗୁଲିଙ୍କ ନେତୃତ୍ବରେ ମଧ୍ୟ ଭାରତୀୟ ଟିମ ୱେଷ୍ଟଇଣ୍ଡିଜକୁ ନିଜ ମାଟିରେ ହରାଇ ଦିନିକିଆ ସିରିଜକୁ କବଜା କରିଥିଲା । ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲିଙ୍କ ସହିତ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନାଙ୍କ ଅଧିନାୟକତ୍ବରେ ଭାରତ ୱେଷ୍ଟଇଣ୍ଡିଜ ମାଟିରେ ଦିନିକିଆ ସିରିଜ ହାତେଇବାରେ ସଫଳ ହୋଇସାରିଛି । ଏବେ ଏହି କ୍ଲବରେ ଶିଖର ଧାୱନ ମଧ୍ୟ ସାମିଲ ହୋଇଛନ୍ତି । ଏହି ତିନୋଟି ଦିନିକିଆ ବିଶିଷ୍ଟ ସିରିଜରେ ଭାରତ ଶିଖର ଧାୱନଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି 2-0ରେ ଆଗୁଆ ରହିଛି । ଏହାର ତୃତୀୟ ଦିନିକିଆ ଜୁଲାଇ 27 ତାରିଖରେ ଖେଳାଯିବ ।

ABOUT THE AUTHOR

...view details