ଓଡିଶା

odisha

ETV Bharat / sports

IND vs WI 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, ଜାଣନ୍ତୁ ପିଚ୍‌ ରିପୋର୍ଟ ଓ ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ - ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଉଭୟ ଦଳ

ଭାରତ ଓ ୱେଷ୍ଟ୍‌ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲା । ଖେଳାଯାଇଥିବା ୪ଟି ଟି-୨୦ ମ୍ଯାଚ୍‌ରେ ସ୍ଥିତି ୨-୨ରେ ବରାବର ରହିଛି । ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଉଭୟ ଦଳ । ଅଧିକ ପଢ଼ନ୍ତୁ

ଆଜି ନିର୍ଣ୍ଣାୟକ ଲଢ଼େଇ
ଆଜି ନିର୍ଣ୍ଣାୟକ ଲଢ଼େଇ

By

Published : Aug 13, 2023, 5:51 PM IST

ଫ୍ଲୋରିଡା: ଆଜି ସୁପର୍‌ ସନ୍‌ ଡେ'ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିର୍ଣ୍ଣାୟକ ମ୍ୟାଚ ଖେଳିବ ଭାରତ । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଏବେ ୨-୨ ସ୍ଥିତିରେ ରହିଛି । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଥିବାବେଳେ ଆଜି ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ପ୍ରଥମ ୨ଟି ମ୍ୟାଚରେ ପରାଜୟ ହୋଇଥିଲେ ମଧ୍ୟ ଦମଦାର କମ୍‌ବ୍ୟାକ୍‌ କରିଛି ପାଣ୍ଡ୍ୟା ବାହିନୀ । ଶନିବାର ଖେଳାଯାଇଥିବା ଚତୁର୍ଥ ଟି୨୦ରେ ଶୁଭମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ଭାଗିଦାରୀ ବଳରେ ଦଳ ଏକ ସହଜ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ । ଅନ୍ତିମ ମ୍ୟାଚ୍‌ରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।

ବଦଳିନପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ: ଲଗାତାର ଦୁଇଟି ବିଜୟ ପରେ ଟିମ୍‌ ଇଣ୍ଡିଆରେ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି । ଚତୁର୍ଥ ଟି୨୦ରେ ଧୂଆଁଧାର ବ୍ୟାଟିଂ ପରେ ଶୁଭମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ସ୍ଥାନ ନିଶ୍ଚିତ ହୋଇଛି । ପୂର୍ବ ମ୍ୟାଚ୍‌ଗୁଡ଼ିକରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ, ହେଲେ ଚତୁର୍ଥ ମ୍ୟାଚ୍‌ର ସ୍ଥିତି ଭିନ୍ନ ଥିଲା । ଏଥିପାଇଁ ଏହି ସ୍ଥାନରେ ତିଲକ ବର୍ମାଙ୍କୁ ପଠାଯାଇଥିଲା । ହେଲେ ଆଜି ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିବାରୁ ପୁଣିଥରେ ସୂର୍ଯ୍ୟକୁମାର ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିବାର ଆଶା ରହିଛି । ଏହା ବ୍ୟତୀତ ଭାରତୀୟ ଦଳରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ ।

ତେବେ ଏହି ମ୍ୟାଚରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅଭେଶ ଖାନ ଏବଂ ଉମ୍‌ରାନ ମଲିକଙ୍କୁ ଏକ ସୁଯୋଗ ଦେଇପାରି ଥାଆନ୍ତେ । କିନ୍ତୁ ଏହା ହେଉଛି ସିରିଜ ନିର୍ଣ୍ଣୟକାରୀ ମ୍ୟାଚ୍‌ । ତେଣୁ ଏହି ମ୍ୟାଚ୍‌ରେ କୌଣସି ପରୀକ୍ଷା ନୀରିକ୍ଷା କରିବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କ୍ୟାପ୍ଟେନ୍‌ ପାଣ୍ଡ୍ୟା ତାଙ୍କ ନେତୃତ୍ବରେ କୌଣସି ଟି-୨୦ ସିରିଜ ନହାରିବାର ରେକର୍ଡ ବଜାୟ ରଖିବାକୁ ଚାହିଁବେ । ପ୍ରଥମ ଦୁଇଟି ମ୍ୟାଚ୍‌ ଲଗାତାର ଭାବେ ହାରିଯିବା ପରେ ଚାପରେ ଭାରତୀୟ ଦଳ ଶେଷ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ସେଥିପାଇଁ ସିରିଜ ହାତେଇବା ପାଇଁ ଦଳର ଆତ୍ମବିଶ୍ବାସ ଖୁବ ବଢ଼ିଛି ।

ୱେଷ୍ଟଇଣ୍ଡିଜ୍‌ ଦଳରେ ହୋଇପାରେ ପରିବର୍ତ୍ତନ: ଲଗାତାର ଦୁଇ ପରାଜୟ ପରେ ୱେଷ୍ଟଇଣ୍ଡିଜ ଦଳ ନିର୍ଣ୍ଣାୟକ ମ୍ୟାଚ୍‌ରେ ଚାପରେ ରହିବ । ଅଧିନାୟକ ରୋଭମାନ ପାୱେଲ ଏହି ପରାଜୟର କାରଣ କହିବା ବେଳେ ପରିବର୍ତ୍ତନ ବିଷୟରେ ସୂଚନା ଦେଇ ସାରିଛନ୍ତି । ଓଡିୟମ ସ୍ମିଥଙ୍କ ସ୍ଥାନରେ ଅଲଜାରୀ ଜୋସେଫଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ଏହା ମଧ୍ୟ ପଢ଼ନ୍ତୁ...India vs West Indies 4th T20: ଚତୁର୍ଥ ମ୍ୟାଚରେ ଗିଲ ଓ ଜୈସ୍ବାଲଙ୍କ ବିସ୍ଫୋରକ ବ୍ୟାଟିଂ, ଘରୋଇ ଦଳ ଚିତ୍‌ପଟାଙ୍ଗ୍‌

ଏମିତି ରହିବ ଫ୍ଲୋରିଡା ପିଚ୍‌: ଭାରତ ଓ ୱେଷ୍ଟ୍ଇଣ୍ଡିଜ ମଧ୍ୟରେ ଚତୁର୍ଥ ମ୍ୟାଚ୍‌ ଫ୍ଲୋରିଡାର ଲାଉଡର ହିଲ୍‌ ଷ୍ଟାଡିୟମରେ ଖେଳାଯାଇଥିଲା । ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ମଧ୍ୟ ସେହିଠାରେ ଖେଳାଯିବ । ଶନିବାର ଖେଳାଯାଇଥିବା ମ୍ୟାଚ୍‌ ବ୍ୟାଟରଙ୍କୁ ସୁହାଇଥିଲା । ଭାରତୀୟ ଓପନର ଗିଲ ଓ ଜୟସ୍ବାଲ ବିପକ୍ଷ ଦଳର ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ଏମିତିରେ ଆଜି ମଧ୍ୟ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ଆଶା କରାଯାଇପାରେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ସଠିକ ନିର୍ଣ୍ଣୟ ହେବ ବୋଲି କ୍ରୀଡ଼ା ବିଶ୍ଳେଷକମାନେ ମତ ରଖିଛନ୍ତି ।

ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ:

ଭାରତ- ଯଶସ୍ବୀ ଜୟସ୍ବାଲ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମ୍‌ସନ୍‌ (ୱିକେଟ କିପର), ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର

ୱେଷ୍ଟଇଣ୍ଡିଜ୍‌- ବ୍ରେଣ୍ଡନ କିଙ୍ଗ୍‌, କାୟଲ ମାୟର୍ସ, ସାଇ ହୋପ୍‌, ନିକୋଲସ ପୂରନ (ୱିକେଟ କିପର), ରୋଭମାନ ପାୱେଲ (ଅଧିନାୟକ), ସିମ୍ରନ ହେଟମାୟର, ଜେଶନ ହୋଲ୍‌ଡର, ରୋମାରିୟୋ ଶେଫର୍ଡ, ଓଡିୟନ ସ୍ମିଥ୍‌/ଅଲଜାରୀ ଜୋସେଫ, ଅକିଲ ହୋସେନ୍‌, ଓବେଡ ମେକାୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details