ହାଇଦ୍ରାବାଦ: ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଇଣ୍ଡିଜର ସହଜ ବିଜୟ । ଓଭର ଶେଷ ନକରି 6 ଓ୍ବିକେଟରେ ଭାରକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ ଦଳ । ଫଳରେ 1-1ରେ ସିରିଜ ବରାବର ହୋଇଛି । ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିଲା । ଦଳରେ ବରିଷ୍ଠ ଖେଳାଳି ନଖେଳିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି କୁହାଯାଉଛି ।
ଶନିବାର ସନ୍ଧ୍ୟା ସମୟରେ ବାରବାଡୋସର କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯାଇଥିଲା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ପ୍ରଥମେ ବ୍ୟାଟିଂ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଭାରତ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ କିଶାନ ଏବଂ ଶୁବମନ ଗିଲ୍ । ପ୍ରଥମ ଓ୍ବିକେଟ ବେଳକୁ ଇଶାନ ଓ ଗିଲଙ୍କ ଯୋଡି 90 ରନ ସଂଗ୍ରହ କରିଥିଲେ । ଗିଲ 34 ରନ କରି ଆଉଟ ହୋଇଥିବା ବେଳେ ଇଶାନ ସର୍ବାଧିକ 55 ରନ କରି ଆଉଟ ହୋଇଥିଲେ । ପରେ ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ 30 ରନ ବି ପାର କରି ପାରିନଥିଲେ । ସୂର୍ଯ୍ୟକୁମାର ଯାଦବ 24, ସାର୍ଦ୍ଦୁଲ ଠାକୁର 16, ଜାଡେଜା 10 ରନ କରିବାକୁ ସକ୍ଷମ ହୋଇଥିଲେ । ବାକି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଧିନାୟକ ପାଣ୍ଡ୍ୟାଙ୍କ ବ୍ୟାଟରୁ ମଧ୍ୟ ଭଲ ସ୍କୋର ଆସି ପାରିନଥିଲା । ଶେଷରେ 41 ଓଭର ଶେଷ ସୁଦ୍ଧା 181 ରନ କରି ଅଲ ଆଉଟ ହୋଇଥିଲା ଟିମ ଇଣ୍ଡିଆ ।