ଗାନ୍ଧୀନଗର: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି ୨୦ ସିରିଜର ଆଜି ଅନ୍ତିମ ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ଦୁଇ ଦଳ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ଫଳରେ ସିରିଜ ୧-୧ରେ ବରାବର ରହିଛି । ସିରିଜ ବିଜୟୀ ହେବ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଏଥି ପାଇଁ ଭାରତ ଓ ଶ୍ରୀଲଙ୍କା ଖେଳାଳି ନିଜକୁ ପ୍ରସ୍ତୁତ କରିଛନ୍ତି । ରାଜକୋର୍ଟର ସୌରାଷ୍ଟ୍ରରେ ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।
ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇଥିଲେ ମଧ୍ୟ ଖେଳାଳିଙ୍କୁ ନେଇ ପ୍ରଥମ ମ୍ୟାଚରେ ପଡିଆକୁ ଓହ୍ଲାଇଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାହିନୀ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଥିଲା । ଦୀପକ ହୁଡ୍ଡା ଓ ଅକ୍ଷର ପଟେଲ ବିସ୍ଫୋରକ ପାଳି ଖେଳିଥିଲେ । ଦୀପକ ହୁଡା ୨୩ ବଲରୁ ଗୋଟିଏ ଚୌକା ଏବଂ ୪ ଟି ଛକା ସହିତ ୪୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ ୨୦ ବଲରୁ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୧ ରନର ଇନିଂସ ଖେଳିଥିଲେ । ସେହିପରି ଇଶାନ କିଶାନ ୩୭ ରନ କରିଥିଲେ । ଫଳରେ ଜବାବରେ ଶେଷ ଓଭରରେ ଭାରତୀୟ ଦଳର ଜବରଦସ୍ତ ବୋଲିଂ ଯୋଗୁଁ ଶ୍ରୀଲଙ୍କା ପରାଜିତ ହୋଇଥିଲା ।