ଓଡିଶା

odisha

ETV Bharat / sports

India VS Sri Lanka: ଆସନ୍ତାକାଲି ଶ୍ରୀଲଙ୍କାକୁ ଭେଟିବ ଯୁବ ଭାରତୀୟ ଦଳ, ଟିମ ଇଣ୍ଡିଆର ପଲ୍ଲା ଭାରୀ - hardik pandya

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ଟିକିଆ ଟି୨୦ ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଅଧିକ ପଢନ୍ତୁ

ହାର୍ଦ୍ଦିକ ପାଣ୍ଡ୍ୟା ଓ ଦାସୁନ ଶନକା
ହାର୍ଦ୍ଦିକ ପାଣ୍ଡ୍ୟା ଓ ଦାସୁନ ଶନକା

By

Published : Jan 2, 2023, 7:28 AM IST

ହାଇଦ୍ରାବାଦ:ବର୍ଷ ଆରମ୍ଭରୁ ଯୁବ ଭାରତୀୟ କ୍ରିକେଟ ଦଳ ଘରୋଇ ମାଟିରେ ସିଂହଳୀ ଦଳକୁ ଭେଟିବେ । ଷ୍ଟାର ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ମେନ୍ ଇନ୍ ବ୍ଲୁ ମଇଦାନକୁ ଓହ୍ଲାଇବ । ସେପଟେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲଙ୍କ ଭଳି ଅଭିଜ୍ଞ ଖେଳାଳି ଏହି ସିରିଜରୁ ବାଦ ପଡିଛନ୍ତି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ଟି୨୦ ମ୍ୟାଚ ମୁମ୍ବାଇ, ପୁଣେ ଏବଂ ରାଜକୋଟରେ ଖେଳାଯିବ । ପାଣ୍ଡ୍ୟା ଏପର୍ଯ୍ୟନ୍ତ ୫ ଟି ଟି୨୦ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇ ସାରିଛନ୍ତି ।

ପାଣ୍ଡ୍ୟାଙ୍କ ନେତୃତ୍ବର ଭାରତ ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ ଲାଭ କରିଛି । ଗୋଟିଏ ମ୍ୟାଚରେ ପରାଜୟର ମୁହଁ ଦେଖିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜୁରାଟ ଟାଇଟନ୍ସ ୨୦୨୨ରେ ଆଇପିଏଲ ଟ୍ରଫି ହାତେଇଥିଲା । ଫ୍ରାଞ୍ଚାଇଜ୍ ପ୍ରଥମ ଥର ପାଇଁ ପାଣ୍ଡ୍ୟାଙ୍କ ଉପରେ ନେତୃତ୍ବର ଭରସା କରିଥିଲା । ପ୍ରଥମ ସୁଯୋଗରେ ହିଁ ପାଣ୍ଡ୍ୟା ଦଳକୁ ୨୦୨୨ IPL ଚମ୍ପିଆନ କରାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ଭାରତ ଶ୍ରୀଲଙ୍କା ଟି୨୦ ଖେଳସୂଚୀ

ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୩ ତାରିଖରେ ମୁମ୍ବାଇରେ ଖେଳାଯିବ । ସେହିପରି ଜାନୁଆରୀ ୫ ତାରିଖରେ ଦ୍ବିତୀୟ ଟି୨୦ ମ୍ୟାଚ ପୁନେରେ ଖେଳାଯିବ । ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ଜାନୁଆରୀ ୭ ତାରିଖରେ ରାଜକୋଟରେ ଖେଳାଯିବ । ଏହି ସମସ୍ତ ମ୍ୟାଚ ସନ୍ଧ୍ୟା ୭ ଟା ବେଳେ ଖେଳାଯିବ ।

ହେଡ ଟୁ ହେଡ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ୨୬ ଟି ଟି୨୦ ମ୍ୟାଚ ଖେଳାଯାଇଛି । ଏଥି ମଧ୍ୟରୁ ୧୭ ଟି ମୁକାବିଲାରେ ଭାରତ ବିଜୟୀ ହୋଇଛି । ଶ୍ରୀଲଙ୍କା ୮ ଟି ମ୍ୟାଚରେ ବିଜୟ ଲାଭ କରିଛି । ଗୋଟିଏ ମ୍ୟାଚର କିଛି ଫଳାଫଳ ବାହାରି ନଥିଲା । ବର୍ଷ ୨୦୨୨ରେ ଦୁଇ ଦଳ ମଧ୍ୟରେ ତିନି ଟିକିଆ ଟି୨୦ ସିରିଜ ଖେଳାଯାଇଥିଲା । ଏଥିରେ ଭାରତ ୩-୦ ରେ ସିରିଜ କ୍ଲିନ ସ୍ବପ କରିଥିଲା ।

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଟି-20 ସ୍କ୍ବାଡ୍‌

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଇଶାନ କିଷନ, ଋତୁରାଡ ଗାଏକ୍ବାର୍ଡ, ଶୁଭମନ ଗିଲ, ଦୀପକ ହୁଡା, ରାହୁଲ ତ୍ରୀପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ୟୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ, ଶିବମ ମାଭି, ମୁକେଶ କୁମାର

ABOUT THE AUTHOR

...view details