ଓଡିଶା

odisha

ETV Bharat / sports

IND vs SL 3rd ODI: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଏକାଦଶକୁ ଫେରିଲେ SKY - ଭାରତ ଶ୍ରୀଲଙ୍କା ତୃତୀୟ ଦିନିକିଆ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

india vs sri lanka odi series
IND vs SL 3rd ODI

By

Published : Jan 15, 2023, 1:30 PM IST

ଥିରୁଅନନ୍ତପୁରମ:ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଆଜି (ରବିବାର) ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା । ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ୱାଶିଂଟନ ସୁନ୍ଦର ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଛନ୍ତି । ପ୍ରଥମ ଦିନିକିଆ ଓ ଦ୍ବିତୀୟ ଦିନିକିଆରେ ଚୂଡାନ୍ତ ଏକାଦଶରେ ନଥିଲେ ସୂର୍ଯ୍ୟକୁମାର ଯାଦବ । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରିଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ହାତେଇବାରେ ବିଫଳ ହୋଇଥିବା ଶ୍ରୀଲଙ୍କା ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇଛି । ସାନ୍ତ୍ବନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଶ୍ରୀଲଙ୍କା । ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଚାଡିୟମରେ ମ୍ୟାଚ ଖେଳାଯାଉଛି ।

ପ୍ରଥମ ଦୁଇ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଆଗୁଆ ଦିନିକିଆ ସିରିଜ କବଜା କରିଛି ରୋହିତବାହିନୀ । ଆଜିର ମୁକାବିଲାରେ ଦଳରେ କିଛି ପରିବର୍ତ୍ତନ ହୋଇଛି । ବିଶେଷ କରି ବ୍ୟାଟିଂ ଲାଇନରେ ପରିବର୍ତ୍ତନ କରିଛି ଦଳ । ୱାଶିଂଟନ ସୁନ୍ଦର ଓ ସୂର୍ଯ୍ୟକୁମାର ଯାଦବ ଏକାଦଶରେ ସାମିଲ ହୋଇଛନ୍ତି । ଚଳିତ ସିରିଜରେ ଭାରତୀୟ ଟପ ଅର୍ଡର ଆଶାନୁପୂପ ପ୍ରଦର୍ଶନ କରିପାରି ନାହିଁ । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏକ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଆଜିର ମୁକାବିଲା ଜିତି ଏକ ମଜବୁତ ସ୍ଥିତିରେ ଆସିବ ଟିମ ଇଣ୍ଡିଆ ।

ଏହା ବି ପଢନ୍ତୁ....ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଗୋଲ ହାତେଇବାକୁ ହେବ: ପୂର୍ବତନ ଅଧିନାୟିକା

ଦୁଇଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ହାତରୁ ସିରିଜ ହାତଛଡା ହୋଇଛି । ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ କୌଣସି ସିରିଜ ବିଜୟର ସ୍ବାଦ ଚାଖିନାହିଁ । ଆଗକୁ ବିଶ୍ବକପ ରହିଛି । ତେଣୁ ଦଳ ସାନ୍ତ୍ବନାମୂଳକ ବିଜୟ ହାସଲ କରି ଗସ୍ତ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଦଳ ତାର ଏକାଦଶରେ ପରିବର୍ତ୍ତନ କରିଛି ।

ଭାରତୀୟ ଚୂଡାନ୍ତ ଏକାଦଶ:ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି,

ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ:କୁଶାଲ ମେଣ୍ଡିସ, ଏନ ଫର୍ଣ୍ଣାଣ୍ଡୋ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଚାରିଥ ଆଶାଲଙ୍କା, ଏ ବାନ୍ଦ୍ରା, ଡି ଶାଣାକା, ୱାନିନ୍ଦୁ ହାସରଙ୍ଗା, ଚାମିକା କୁରଣାରତ୍ନେ, ଡି ୱାଲେଙ୍ଗେ, ଜେଭେନ୍ଦ୍ରସେ, କସୁନା ରଜିଥା,ଏଲ କୁମାରା ।

ABOUT THE AUTHOR

...view details