ମୁମ୍ବାଇ: ଆଜି (ମଙ୍ଗଳବାର) ଶ୍ରୀଲଙ୍କାକୁ ଘରୋଇ ମାଟିରେ ଭେଟିବ ମେନ୍ ଇନ୍ ବ୍ଲୁ । ତିନି ଟିକିଆ ବିଶିଷ୍ଟ ଏହି ଟି୨୦ ସିରିଜର ଦାୟିତ୍ବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନ୍ୟସ୍ତ ରହିଛି । ତେବେ ଆଜିର ପ୍ରଥମ ଟି୨୦ ରେ ମ୍ୟାଚରେ ୨୦୨୨ ଏସିଆ କପ ବିଜେତା ଶ୍ରୀଲଙ୍କା ବିପକ୍ଷରେ ଏକ ସନ୍ତୁଳିତ ଚୂଡାନ୍ତ ଏକାଦଶ ବାଛିବାକୁ ପଡିବ । ଘରୋଇ ମାଟିରେ ଟିମ ଇଣ୍ଡିଆ ଖେଳାଳି ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ଉପରେ ସମସ୍ତଙ୍କର ନଜର ରହିବ । ଟି୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା କ୍ରିକେଟର ଦ୍ବିପାକ୍ଷିକ ସିରିଜରେ ଘରୋଇ ମାଟିରେ କିଭଳି ନିଜର ପ୍ରଦର୍ଶନ ଦେଖାଇବେ ସେନେଇ ସମସ୍ତଙ୍କର ନଜର ରହିଛି । ସେପଟେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଏବଂ ମହେଶ ଥିକଶାନାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ଶ୍ରୀଲଙ୍କାର ଏହି କ୍ରିକେଟର ଏବେ ଫର୍ମରେ ଥିବା ବେଳେ ଦଳ ପାଇଁ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି ।
ୱାଙ୍ଖଡେ ଷ୍ଟାଡିୟମ ଟି୨୦ ରେକର୍ଡ
ୱାଙ୍ଖଡେ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୭ଟି ଟି-୨୦ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୪ ଟି ମ୍ୟାଚ ଖେଳିଛି । ଏଥିରେ ଭାରତ ୨ ଟି ମ୍ୟାଚରେ ବିଜୟ ହାସଲ କରିଛି । ଅନ୍ୟ ଦଳ ୩ ଟି ମ୍ୟାଚ ଖେଳିଛି । ଏହି ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨ ଟି ମ୍ୟାଚରେ ବିଜୟୀ ହୋଇଛି । ପରେ ବ୍ୟାଟିଂ କରିଥିବା ଦଳ ୫ ଥର ବିଜୟ ହାସଲ କରିଛନ୍ତି । ଏହି ପିଚରେ ଏପର୍ଯ୍ୟନ୍ତ ସର୍ବାଧିକ ସ୍କୋର 240/3 ରହିଛି । ବର୍ଷ ୨୦୧୯ରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ଏହି ବଶାଳ ସ୍କୋର ହୋଇଥିଲା । ଏହି ମଇଦାନରେ ଖେଳାଯାଇଥିବା ଏହା ଶେଷ ଟି-୨୦ ମ୍ୟାଚ ଥଲା। । ଏହି ମ୍ୟାଚରେ ଭାରତ ୬୭ ରନରେ ବିଜୟ ଲାଭ କରିଥିଲା । ଏଠାରେ ସର୍ବନିମ୍ନ ସ୍କୋର ୧୭୨ ରନ ରହିଛି ।