ଥିରୁଅନନ୍ତପୁରମ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଏହି ସରିଜ ଜରିଆରେ ଭାରତୀୟ ଟି-20 ଟିମ ବିଶ୍ବକପ ପୂର୍ବରୁ ଡେଥ ଓଭର ବୋଲିଂ ସମସ୍ୟା ସୁଧାରିବା ସହ ବ୍ୟାଟିଂରେ ଭଲ ପ୍ରଦର୍ଶନ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷରେ 2-1ରେ ସିରିଜି ଜିତିବା ପରେ ଦକ୍ଷିଣ ଆଫ୍ରିକା ଉପରେ ଏବେ ରୋହିତ ବାହିନୀ ନଜର ।
କିଛି ଛୋଟ ମୋଟ ଭୁଲ ସୁଧାରି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ମଧ୍ୟ ସିରିଜ ବିଜୟ ପାଇଁ ପ୍ରୟାସ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜି କବଜା କରିବା ପରେ ଦୃଢ ମନୋବଳରେ ରହିଛି ଭାରତ । ଡେଥ ଓଭର ବୋଲିଂ ସମସ୍ୟା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏ ସମସ୍ୟା ଦୂର କରିବା ଦିଗରେ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଡେଥ ଓଭର ବୋଲିଂକୁ ପ୍ରାଧାନ୍ୟ ଦେବ ଭାରତ ।
ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜି ବିଜୟ ସତ୍ତ୍ବେ ଡେଥ ଓଭର ବୋଲିଂ ପ୍ରଭାବଶାଳୀ ନଥିବା ସ୍ବୀକାର କରିଛନ୍ତି ଅଧିନାୟକ ରୋହିତ ଶର୍ମା । ବିଶ୍ବକପ ପୂର୍ବରୁ ଭାରତକୁ ଏହି ତ୍ରୁଟି ସୁଧାରିବାକୁ ହେବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବିଶ୍ରାମ ନେଇଥିବା ଯୁବ ପେସ ବୋଲର ଅର୍ଶଦୀପ ସିଂହ ଦଳରେ ସାମିଲ ହେବା ପରେ ଡେଥ ଓଭର ବୋଲିଂ ଶକ୍ତି ବୃଦ୍ଧି ପାଇଛି । ତଥାପି ସମ୍ପର୍ଣ୍ଣ ବୋଲିଂ ବିଭାଗରେ ସୁଧାର ଆଣିବାକୁ ପଡିବ ।