ଓଡିଶା

odisha

ETV Bharat / sports

Ind vs SA 5th T20: ବର୍ଷା ଧୋଇନେଲା ନିର୍ଣ୍ଣାୟକ ମ୍ୟାଚ୍‌, ସିରିଜ୍‌ ଡ୍ର

ବର୍ଷାରେ ଧୋଇ ହୋଇଗଲା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ମ୍ୟାଚ୍‌ । ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ଅଧିକ ପଢ଼ନ୍ତୁ

By

Published : Jun 19, 2022, 10:32 PM IST

Ind vs SA 5th T20: ବର୍ଷା ଧୋଇନେଲା ନିର୍ଣ୍ଣାୟକ ମ୍ୟାଚ୍‌, ସିରିଜ୍‌ ଡ୍ର
Ind vs SA 5th T20: ବର୍ଷା ଧୋଇନେଲା ନିର୍ଣ୍ଣାୟକ ମ୍ୟାଚ୍‌, ସିରିଜ୍‌ ଡ୍ର

ବେଙ୍ଗାଲୁରୁ:ବର୍ଷାରେ ଧୋଇ ହୋଇଗଲା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ମ୍ୟାଚ୍‌ । ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ୫ଟିକିଆ ଟି-୨୦ ସିରିଜ୍‌ ୨-୨ରେ ଡ୍ର' ହୋଇଛି । ଏହି ସିରିଜ୍‌ରେ ଫାଷ୍ଟ ବୋଲର ଭୁବନେଶ୍ବର କୁମାର ପ୍ଲେୟାର ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି ।

ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଭାରତର ବ୍ୟାଟିଂ ଆରମ୍ଭ ହେବା ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ପିଚ୍‌ ଉପରେ କଭର ପକାଯାଇଥିଲା । ଏହାର କିଛି ସମୟ ପରେ ମ୍ୟାଚ୍‌ ଆରମ୍ଭ ହେଲା । ପ୍ରତ୍ୟେକ ଦଳ ୧୯ ଓଭର ଖେଳିବେ ବୋଲି ନିର୍ଦ୍ଧାରଣ ହେଲା । ଭାରତ ୩.୩ ଓଭର ଖେଳି ଦୁଇ ୱିକେଟ ହରାଇ ୨୮ କରିଥିବା ବେଳେ ପୁନଃ ବର୍ଷା ଆରମ୍ଭ ହୋଇଥିଲା ।

ପ୍ରବଳ ବର୍ଷା ଯୋଗୁଁ ରାତି ୯.୩୫ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମ୍ୟାଚ୍‌ ରେଫରି ଓ ଅମ୍ପାୟର୍ସ । ଏହାପରେ ମ୍ୟାଚ୍‌ ବାତିଲ ବୋଲି ଘୋଷଣା କରାଯାଇଥିଲା । ଏହାକୁ ନେଇ ଉଭୟ ଦଳର ଅଧିନାୟକ ଦୁଃଖ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details