ଓଡିଶା

odisha

ETV Bharat / sports

India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ସୋମବାର ଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ କରି ସିରିଜରେ ଆଗୁଆ ସହ ଆତ୍ମବିଶ୍ବାସରେ ଭରପୁର ଥିବା ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

By

Published : Jan 2, 2022, 7:29 PM IST

india vs south africa 2nd test: Virat Kohli-led Team India eyes historic series victory over South Africa
india vs south africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ଜୋହାନ୍ସବର୍ଗ: ସୋମବାର ଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ କରି ସିରିଜରେ ଆଗୁଆ ସହ ଆତ୍ମବିଶ୍ବାସରେ ଭରପୁର ଥିବା ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ସେଞ୍ଚୁରିଅନରେ ବକ୍ସିଂ ଡେ ଟେଷ୍ଟ ଜିତି ୨୦୨୧ ବର୍ଷ ଶେଷ କରିଥିଲା ଭାରତ । ଫଳରେ ନୂଆବର୍ଷରେ ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ।

୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ସେଞ୍ଚୁରିଅନ ଗ୍ରାଉଣ୍ଡରେ ଘରୋଇ ଟିମର ଅପରାଜେୟ ରେକର୍ଡକୁ ଭଙ୍ଗ କରିଥିଲା ଭାରତ । ଫଳରେ ସିରିଜର ପରବର୍ତ୍ତୀ ଦୁଇଟି ଟେଷ୍ଟରେ ବିଜୟ କିମ୍ବା ଡ୍ର, ଟିମକୁ ସିରିଜ ବିଜେତା କରାଇବ ।

ଏହାମଧ୍ୟ ପଢନ୍ତୁ: SA vs Ind: ଜୋହାନ୍ସବର୍ଗ ଟେଷ୍ଟରେ ଘରୋଇ ଟିମର କମବ୍ୟାକ୍‌ ନେଇ ଅମଲା ଆଶାବାଦୀ

ଦ୍ବିତୀୟ ଟେଷ୍ଟ ଖେଳାଯିବାକୁ ଥିବା ଜୋହାନ୍ସବର୍ଗ ଗ୍ରାଉଣ୍ଡ ବିଦେଶରେ ଭାରତ ପାଇଁ ଥିବା କିଛି ଲକି ଗ୍ରାଉଣ୍ଡ ମଧ୍ୟରୁ ଅନ୍ୟତମ । ଏଠାରେ ଟିମ ଇଣ୍ଡିଆ କେବେ ପରାସ୍ତ ହୋଇନାହିଁ । ଖେଳିଥିବା ୫ଟି ଟେଷ୍ଟରୁ ୩ଟିରେ ବିଜୟୀ ହୋଇଛି ଓ ଦୁଇଟି ମ୍ୟାଚ୍‌ ଡ୍ର ରଖିଛି । ଏହାମଧ୍ୟ ସମାନ ଭେନ୍ୟୁ ଯେଉଁଠାରେ ଭାରତୀୟ ଟିମ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ହରାଇ ୨୦୦୭ ଟି-୨୦ ବିଶ୍ବକପ ଚାମ୍ପିଅନ୍‌ ହୋଇଥିଲା । ସୌଭାଗ୍ୟବଶତଃ ୱାଣ୍ଡରର୍ସ ଭେନ୍ୟରୁ ଭାରତୀୟ ଟିମର ବିଦେଶ ମାଟିରେ ପ୍ରଭାବୀ ପ୍ରଦର୍ଶନ ଅଭିଯାନ ଆରମ୍ଭ ହୋଇଥିଲା ।

ଟିମ ଇଣ୍ଡିଆ ଏଠାରେ ଗତଥର ଦକ୍ଷିଣ ଆଫ୍ରିକା ଗସ୍ତରେ ୨୦୧୮ରେ ୬୩ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ଫଳରେ ଏହି ସମସ୍ତ ପରିସଂଖ୍ୟାନ ଭ୍ରମଣକାରୀ ଟିମ ସଂପକ୍ଷରେ ଥିବାରୁ ଆତ୍ମବିଶ୍ବାସପୂର୍ଣ୍ଣ ରହିଛି ମେନ ଇନ୍‌ ବ୍ଲୁ କ୍ୟାମ୍ପ୍‌ ।

ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ପ୍ରଥମ ଟେଷ୍ଟରେ ବିଜୟର ପ୍ରମୁଖ ନାୟକ ରହିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟିଂ ଟିମର ସାମାନ୍ୟ ଚିନ୍ତା ବଢାଇଛି । କ୍ୟାପଟେନ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ସମସ୍ତ ଟେଷ୍ଟରେ ସମସ୍ତ ବୋଲରଙ୍କ ପ୍ରଦର୍ଶନ ଦମଦାର ରହିଥିଲା ।

ଏହାମଧ୍ୟ ପଢନ୍ତୁ: SA v IND: ଦ୍ବିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

ଦକ୍ଷିଣ ଆଫ୍ରିକା ଓପନର କ୍ବିଣ୍ଟନ ଡି କକ୍‌ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇସାରିଥିବାବେଳେ ତାଙ୍କ ସ୍ଥାନରେ ୱିକେଟକିପର କେଇଲ ଭେରିୟେନଙ୍କୁ ସ୍ଥାନ ମିଳିବା ସମ୍ଭାବନା ଅଧିକ। ଅନ୍ୟପଟେ ଅଲରାଉଣ୍ଡର ୱିଆନ ମୁଲଡରଙ୍କ ସ୍ଥାନରେ ଜଣେ ସ୍ପେଶାଲିଷ୍ଟ ବ୍ୟାଟରଙ୍କୁ ମଧ୍ୟ ଖେଳାଇପାରେ ଦକ୍ଷିଣ ଆଫ୍ରିକା । ସ୍ପିନର କେଶବ ମହାରାଜଙ୍କ ସ୍ଥାନକୁ ନେଇ ମଧ୍ୟ ସାମାନ୍ୟ ଦ୍ବନ୍ଦ୍ବ ରହିଛି ।

ସ୍କ୍ବାଡ୍‌:

ଭାରତ: ବିରାଟ କୋହଲି(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ-କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା(ୱିକେଟ କିପର), ଜୟନ୍ତ ଯାଦବ, ପ୍ରିୟଙ୍କ ପଞ୍ଚଲ, ଉମେଶ ଯାଦବ, ହନୁମା ବିହାରୀ, ଇଶାନ୍ତ ଶର୍ମା ।

ଦକ୍ଷିଣ ଆଫ୍ରିକା: ଡିନ୍‌ ଏଲଗାର(କ୍ୟାପଟେନ), ତେମ୍ବା ବାଭୁମା(ଭାଇସ-କ୍ୟାପଟେନ), କାଗିସୋ ରବାଡା, ସାରେଲ ଇରୱି, ବିୟୁରନ ହେଣ୍ଡ୍ରିକ୍ସ, ଜର୍ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ନିଙ୍ଗିଡି, ଆଡନ ମାର୍କ୍ରମ, ୱିଆନ ମୁଲଡର, କିଗାନ ପିଟରସନ, ରସି ଭାନ ଡର୍‌ ଡସନ, କେଏଲ ଭରୟେନେ, ମାର୍କ ଜନସେନ, ଗ୍ଳେଣ୍ଟନ ଷ୍ଟରମ୍ୟାଚ୍‌, ପିନେଲାନ ସୁବ୍ରାୟେନ, ସିସାନ୍ଦା ମଗଲା, ରିଆନ ରିକେଲଟନ, ଡୁଆନେ ଓଲିଭିର ।

IANS

ABOUT THE AUTHOR

...view details