ଓଡିଶା

odisha

ETV Bharat / sports

ICC ODI World Cup 2023: ଅକ୍ଟୋବର ୧୫ରେ ଭାରତ-ପାକ୍‌ ଲଢ଼େଇ ! - ବିଶ୍ବକପ୍‌ କ୍ରୀଡ଼ାସୂଚୀ ଖସଡ଼ା

ଦିନିକିଆ ବିଶ୍ବକପ ୨୦୨୩କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିସିସିଆଇ ବିଶ୍ବକପ୍‌ କ୍ରୀଡ଼ାସୂଚୀ ଖସଡ଼ା ଆଇସିସିକୁ ପ୍ରଦାନ କରିଥିବା ରିପୋର୍ଟ୍‌ ପ୍ରକାଶ ପାଇଛି । ଏହି ରିପୋର୍ଟ୍‌ ଅନୁସାରେ ଅକ୍ଟୋବର ୧୫ରେ ଭାରତ-ପାକ୍‌ ଲଢ଼େଇ ହେବ । ଅଧିକ ପଢ଼ନ୍ତୁ

ଅକ୍ଟୋବର ୧୫ରେ ଭାରତ-ପାକ୍‌ ଲଢ଼େଇ !
ଅକ୍ଟୋବର ୧୫ରେ ଭାରତ-ପାକ୍‌ ଲଢ଼େଇ !

By

Published : Jun 12, 2023, 8:59 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ବକପ ୨୦୨୩ । ତେବେ ଏହି ଦିନିକିଆ ବିଶ୍ବକପକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିସିସିଆଇ ବିଶ୍ବକପ୍‌ କ୍ରୀଡ଼ାସୂଚୀର ଖସଡ଼ା ଆଇସିସିକୁ ପ୍ରଦାନ କରିସାରିଛି । ଆଇସିସି ଏହାକୁ ଅଂଶଗ୍ରହଣକାରୀ ବୋର୍ଡ ଗୁଡ଼ିକୁ ପଠାଇବ ବୋଲି ଜଣାପଡ଼ିଛି । ଯଦି କିଛି ସମସ୍ୟା ଥାଏ, ତେବେ ସର୍ବସମ୍ମତି କ୍ରମେ ଏଥିରେ ପରିବର୍ତ୍ତନ କରାଯାଇ ଚୂଡ଼ାନ୍ତ ଖସଡ଼ା ଘୋଷଣା ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ବିଶ୍ବକପ୍‌ ଆସନ୍ତା ଅକ୍ଟୋବର ମାସ ୫ ତାରିଖରେ ଆରମ୍ଭ ହେବ । ବିସିସିଆଇ ପ୍ରସ୍ତୁତ କରିଥିବା ଖସଡ଼ା ଅନୁସାରେ ବିଶ୍ବକପ ଫାଇନାଲ୍‌ ମ୍ୟାଚ୍‌ ନଭେମ୍ବର ୧୯ ତାରିଖରେ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।

ଅକ୍ଟୋବର ୧୫ରେ ଭାରତ-ପାକ୍‌ ଲଢ଼େଇ !

ମିଳିଥିବା ସୂଚନା ଅନୁସାରେ ଦିନିକିଆ ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ଆସନ୍ତା ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବୋଲି ବିସିସିଆଇ ଖସଡ଼ା ପ୍ରସ୍ତୁତ କରିଛି । ଯଦି ଏହି ରିପୋର୍ଟ ସତ୍ୟ, ତେବେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଭାରତ ନିଜର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ । ଭାରତ ନିଜର ସମସ୍ତ ୯ଟି ଭେନ୍ୟୁରେ ଲିଗ୍‌ ମ୍ୟାଚ୍‌ ଖେଳିବ । ଅକ୍ଟୋବର ୮ରେ ଚେନ୍ନାଇରେ ପ୍ରଥମେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ସେହିଭଳି ଅକ୍ଟୋବର ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନ ସହ ମୁହାଁମୁହିଁ ହେବ ଭାରତ । ସେହିଭଳି ଏହି ଲିଗ୍‌ର ହାଇପ୍ରୋଫାଇଲ୍‌ ଲିଗ୍‌ ମ୍ୟାଚ୍‌ ଅହମ୍ମଦାବାଦରେ ଅକ୍ଟୋବର ୧୫ରେ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତ ନିଜର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମଧ୍ୟ ଏହି ଅହମ୍ମଦାବାଦ ଗ୍ରାଉଣ୍ଡରେ ନଭେମ୍ବର ୧୯ ତାରିଖରେ ଖେଳାଯିବା ନେଇ ବିସିସିଆଇ କ୍ରୀଡ଼ାସୂଚୀ ପ୍ରସ୍ତୁତ କରିଛି ।

ରିପୋର୍ଟ ଅନୁସାରେ ଅକ୍ଟୋବର ୧୯ ତାରିଖରେ ପୁନେରେ ବାଂଲାଦେଶକୁ ଭେଟିବ ଭାରତ । ଏହାପରେ ୨୨ରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ଓ ୨୯ରେ ଲକ୍ଷ୍ନୌରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ଏହି ରିପୋର୍ଟ ଅନୁସାରେ ଭାରତ ନିଜର ସମସ୍ତ ମ୍ୟାଚ୍‌ ସମସ୍ତ ୯ ଭେନ୍ୟୁରେ ଖେଳିବାକୁ ଥିବାବେଳେ ପାକିସ୍ତାନର ସମସ୍ତ ମ୍ୟାଚ୍‌ ୫ଟି ଭେନ୍ୟୁରେ କରାଯିବା ପାଇଁ ସ୍ଥିର କରିଛି ବିସିସିଆଇ । ତେବେ ବିସିସିଆଇ ପ୍ରସ୍ତୁତ କରିଥିବା ଏହି ବିଶ୍ବକପ୍‌ କ୍ରୀଡ଼ାସୂଚୀ ଖସଡ଼ା ସମ୍ଭାବ୍ୟ ଅଟେ । ବିସିସିଆଇ ଏହାକୁ ଆଇସିସିକୁ ପଠାଇଦେଇଥିବା କୁହାଯାଉଛି । ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ଏହାକୁ ପରଖିବା ପରେ ଚୂଡ଼ାନ୍ତ ଖସଡ଼ା ଘୋଷଣା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details