ୱେଲିଂଟନ:କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ । ସମସ୍ତ କଟକଣା ସତ୍ତ୍ବେ କ୍ରିକେଟ ଉପରେ ପ୍ରଭାବ ପକାଉଛି କୋଭିଡ ସଂକ୍ରମଣ । ଏଥିପାଇଁ ଟି-୨୦ ବିଶ୍ବକପ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ଘୁଞ୍ଚାଇ ଦିଆଯାଇଛି । ଭାରତୀୟ କ୍ୟାମ୍ପରେ କୋରୋନା ସଂକ୍ରମଣ ଯୋଗୁଁ ଏଭଳି ପଦକ୍ଷେପ ନେଇଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜ ଖେଳାଯିବାକୁ ଥିଲା । ତେବେ ଏହି ସିରିଜ ୨୦୨୨ରେ ଖେଳାଯିବ । ୨୦୨୨ ମାର୍ଚ୍ଚ-ଏପ୍ରିଲ ମାସରେ ଏହି ସିରିଜ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କୋଭିଡ ସଂକ୍ରମଣ ଭୟରେ ଏହି ସିରିଜକୁ ୨୦୨୨ ଟି-୨୦ ବିଶ୍ବକପ ପରେ ଖେଳାଯିବ । ଭାରତୀୟ କ୍ୟାମ୍ପରେ କୋଭିଡ ସଂକ୍ରମଣ ଯୋଗୁଁ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍କୁ ବାତିଲ କରି ଦିଆଯାଇଥିଲା ।