ଜୟପୁର:ନଭେମ୍ବର ୧୭ରେ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ । ଏଥିପାଇଁ ଭାରତୀୟ ଟିମ ଜୟପୁର ପହଞ୍ଚିବା ଆରମ୍ଭ ହୋଇସାରିଛି । ଭାରତୀୟ ଟିମର ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ସମେତ ଏକାଧିକ ଖେଳାଳି ଜୟପୁର ପହଞ୍ଚିସାରିଛନ୍ତି । ଆଜି (ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ଟିମ ଜୟପୁର ପହଞ୍ଚିବ ।
ଭାରତୀୟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କ ସହିତ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେଶ ଖାନ, ଭେଙ୍କଟସ ଆୟର ଶୁକ୍ରବାର ଜୟପୁର ପହଞ୍ଚିସାରିଛନ୍ତି । ଗୁରୁବାର ୟୁଜଭେନ୍ଦ୍ର ଚହଲ ଓ ଋତୁରାଜ ଗାଏକ୍ବାଡ ଜୟପୁର ପହଞ୍ଚିଥିଲେ । ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳି ହୋଟେଲ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସମସ୍ତଙ୍କୁ ଦୁଇରୁ ତିନିଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।