ଓଡିଶା

odisha

By

Published : Nov 25, 2021, 9:40 AM IST

ETV Bharat / sports

ଆଜିଠୁ India vs New Zealand ପ୍ରଥମ ଟେଷ୍ଟ

ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ(Test Series) । କାନପୁରର ଗ୍ରୀନ ପାର୍କରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ

ଆଜିଠୁ India vs New Zealand ପ୍ରଥମ ଟେଷ୍ଟ
ଆଜିଠୁ India vs New Zealand ପ୍ରଥମ ଟେଷ୍ଟ

କାନପୁର:ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ (India vs New Zealand match) ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ। କାନପୁରର ଗ୍ରୀନ ପାର୍କରେ ଖେଳାଯିବ ମ୍ୟାଚ । ଏହି ଟେଷ୍ଟ ଦୁଇଦଳ ପାଇଁ ଗୁରୁତ୍ବ ବହନ କରିବ । ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ । ଟେଷ୍ଟ ଚାମ୍ପିଅନସିପରେ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରହିଛି ।

ଟେଷ୍ଟରେ ଯୁବ ଖେଳାଳି ଶ୍ରେୟାସ ଆୟରଙ୍କୁ ସାମିଲ କରାଯାଇଛି । ଭାରତର ୩୦୩ ଖେଳାଳି ଭାବରେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବାକୁ ଯାଉଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଆୟରଙ୍କ ୫୨.୧୮ ହାରର ୪୫୯୨ ରନ ସଂଗ୍ରହ କରିଛନ୍ତି । ସେଥିରୁ ୧୨ ଶତକ ଓ ୨୩ ଅର୍ଦ୍ଧଶତକ ରହିଛି । ରନ ରେଟ ଅନୁସାରେ ଟେଷ୍ଟରେ ଆୟରଙ୍କ ବ୍ୟାଟରୁ ଆଜି କିଛି ସଫଳ ସଟ ଆଶା କରାଯାଉଛି । ପ୍ରଥମ ଟେଷ୍ଟରେ ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ଓ ରିଷବ ପନ୍ତ ଖେଳିବେ ନାହିଁ । ଆୟର ମଧ୍ୟଭାଗ ବ୍ୟାଟିଂ କରିବେ । ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ ପାଳି ଆରମ୍ଭ କରିବେ ।

ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଅନେକ ଷ୍ଟାର ଖେଳାଳି ନାହାନ୍ତି । ଅଧିନାୟକ କେନ ୱିଲିୟମସନ ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି । ଡେଭନ କେନୱେ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ତଥାପି ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ ସନ୍ତୁଳନ ରହିଛି । ଟିମ ସାଉଦି, ନିଲ ୱାଗନର, କେଲି ଜାମିସନଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି । ଟିମ ସାଉଦି ଟି-ଟେଣ୍ଟି ସିରିଜର ଅଧିନାୟକତ୍ବ କରିଥିଲେ ।

ରେକର୍ଡ ଅନୁସାରେ ଭାରତ ଓ ନ୍ୟୁଜିଲାଣ୍ଡ (India vs New Zealand) ମଧ୍ୟରେ ମୋଟ ୩୪ଟି ଟେଷ୍ଟ ଖେଳାଯାଇଛି । ଏଥିରୁ ଭାରତ ୧୬ଟି ଜିତିଥିବାବେଳେ ୨ଟିରେ ପରାସ୍ତ ହୋଇଛି । ଆଜିର ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ । ପ୍ରକାଶ ଥାଉ କି ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-ଟେଣ୍ଟି ସିରିଜକୁ ୩-୦ରେ ଜିତି ନେଇଛି ଭାରତ । ରୋହିତଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details