ଓଡିଶା

odisha

ETV Bharat / sports

IND vs NZ T20 Series: ୨୭ରୁ ଟି-୨୦ ସିରିଜ, କିୱି ଦଳକୁ ମାତ୍ ଦେବାକୁ ତୟାର ଟିମ୍ ଇଣ୍ଡିଆ - କିୱି ଦଳକୁ ମାତ୍ ଦେବ ଯୁବ ଟିମ୍ ଇଣ୍ଡିଆ

ଆସନ୍ତା ୨୭ ତାରିଖଠାରୁ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଅଧିକ ପଢନ୍ତୁ

ଯୁବ ଟିମ୍ ଇଣ୍ଡିଆ
ଯୁବ ଟିମ୍ ଇଣ୍ଡିଆ

By

Published : Jan 25, 2023, 4:20 PM IST

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ । ଆସନ୍ତା ୨୭ ତାରିଖଠାରୁ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ମେନ୍ ଇନ୍ ବ୍ଲୁ ଘରୋଇ ମାଟିରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସ୍ବିପ କରିଛି । ଏବେ ଟି୨୦ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଏହି ଟି୨୦ ସିରିଜର କମାଣ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି । ଭାରତ ପାଣ୍ଡ୍ୟାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ।

ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୨୭ ତାରିଖରେ ରାଞ୍ଚିର JSCA ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୨୯ ତାରିଖରେ ଲକ୍ଷ୍ନୌରେ ଖେଳାଯିବ । ତୃତୀୟ ଟି୨୦ ମ୍ୟାଚ ଫେବୃଆରୀ 1 ତାରିଖରେ ଅହମ୍ମଦାବାଦରେ ଖେଳାଯିବ । ତେବେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବାକୁ ଥିବା JSCA ଷ୍ଟାଡିୟମରେ ଟିମ ଇଣ୍ଡିଆର ଦମଦାର ରେକର୍ଡ ରହିଛି । JSCA ମଇଦାନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟି୨୦ ମ୍ୟାଚରେ ଭାରତ ପରାଜୟର ମୁହଁ ଦେଖିନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରଜର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ରହିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବକୁ ଏହି ସିରିଜରେ ଉପଅଧିନାୟକ ଦାୟିତ୍ବ ମିଳିଛି ।

ସେପଟେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନ ସ୍ବିପ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ତେବେ ଭାରତ ସିିରିଜ କ୍ଲିନ ସ୍ବିପ କରିବା ପରେ ICC ଦିନିିକିଆ ମନ୍ୟତାରେ ୧ ନମ୍ବର ମାନ୍ୟତା ହାସଲ କରିଛି । ଆଗକୁ ଦିନିକିଆ ବିଶ୍ବକପ ଖେଳାଯିବ । ତେବେ ଏହି ମାନ୍ୟତା ଦଳକୁ ବୁଷ୍ଟର ଡୋଜ ସଦୃଶ ସହାୟକ ହେବ । ତେବେ ଦିନିକିଆରେ ଖେଳିଥିବା ସିନିୟର କ୍ରିକେଟରଙ୍କୁ ଟି୨୦ ସିରିଜରେ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିିରିଜ ପରେ ବିଶ୍ରାମ ଦିଆଯାଇଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ ଟିମ ଇଣ୍ଡିଆ ସ୍କ୍ବାଡ - ହାର୍ଦ୍ଦିକ ପାଣ୍ଡ୍ୟା ( ଅଧିନାୟକ ), ସୂର୍ଯ୍ୟକୁମାର ଯାଦବ ( ଉପଅଧିନାୟକ ), ଇଶାନ କିଶାନ, ଋତୁରାଜ ଗ୍ବାଏକ୍ବାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରୀପାଠି, ଜିତେଶ ଶର୍ମା ( ୱିକେଟ କିପର ), ୱାସିଙ୍ଗଟନ ସୁନ୍ଦର, କୂଲଦୀପ ଯାଦବ, ୟୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଶିଭମ ମାଭି, ପୃଥ୍ୱୀ ସ’, ମୁକେଶ କୁମାର ।

ABOUT THE AUTHOR

...view details