ଓଡିଶା

odisha

By

Published : Nov 29, 2021, 4:45 PM IST

Updated : Nov 29, 2021, 5:05 PM IST

ETV Bharat / sports

Kanpur Test Draw: ଜାଡେଜାଙ୍କ ଜବରଦସ୍ତ ବୋଲିଂ, ମାତ୍ର ଭାରତର ବିଜୟ ରୋକିଲେ ରବିନ୍ଦ୍ର

କାନପୁର୍‌ର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଅଧିକ ପଢନ୍ତୁ

india vs New Zealand first test ends at draw
Kanpur Test Draw: ଡାଜେଡା ଜବରଦସ୍ତ ମାତ୍ର ଭାରତର ବିଜୟ ରୋକିଲେ ରବିନ୍ଦ୍ର

କାନପୁର: ସ୍ଥାନୀୟ ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଡ୍ର ରେ ଶେଷ ହୋଇଛି । ବିଜୟ ଠାରୁ ଭାରତ ମାତ୍ର ଗୋଟିଏ ୱିକେଟ ଦୂରରେ ରହିବା ସହ ନ୍ୟୁଜିଲାଣ୍ଡ ଅଳ୍ପକେ ପରାଜୟରୁ ବର୍ତ୍ତିଯାଇଛି (India vs new Zealand 1st test draw)।

ମ୍ୟାଚ୍‌ର ଶେଷ ଦିନରେ(ସୋମବର) ଭାରତ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ କରୁଥିଲା । ମାତ୍ର ୮ ୱିକେଟ ହାସଲ କରିବାକୁ ସମର୍ଥ ହୋଇଥିଲା । ଭାରତର ବିଜୟ ରୋକିବାରେ ପ୍ରମୁଖ ଭୂମିକା ନିଭାଇଥିଲେ କିୱି ଅଲରାଉଣ୍ଡର ରଚିନ ରବିନ୍ଦ୍ର ।

ଭାରତ ପ୍ରଥମ ଇଂନିସରେ ଡେବ୍ୟୁ ଟେଷ୍ଟ ଖେଳିଥିବା ଶ୍ରେୟସ ଆୟରଙ୍କ ଶତକୀୟ ଇଂନିସ ବଳରେ ୩୪୫ ରନ୍‌ ସଂଗ୍ରହ କରିଥିଲା ଓ ଜବାବରେ ନ୍ୟୁଜିଲାଣ୍ଡ ୨୯୯ ରନ୍‌ରେ ସୀମିତ ରହିଥିଲା । ଫଳରେ ଭାରତକୁ ୪୯ ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ମିଳିଥିଲା । ପରେ ଦ୍ବିତୀୟ ଇଂନିସ ୨୩୪/୭ରେ ଘରୋଇ ଟିମ ଘୋଷଣା କରିବା ସହ ନ୍ୟୁଜିଲାଣ୍ଡ ସାମ୍ନାରେ ୨୮୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଚତୁର୍ଥ ଦିନରେ ଗୋଟିଏ ମଧ୍ୟ ହାସଲ କରିନେଇଥିଲା । ଫଳରେ ଶେଷ ଦିନରେ ଟିମ ଇଣ୍ଡିଆ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ କରୁଥିଲା । ତେବେ ନାଇଟୱାଚ୍‌ମ୍ୟାନ ସମରଭିଲେ ଓ ଟମ ଲାଥମ ପ୍ରଥମ ସେସନରେ ସମସ୍ତ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ ଓ ଟିମକୁ କୌଣସି କ୍ଷତି ପହଞ୍ଚିବାକୁ ଦେଇନଥିଲେ ।

ମାତ୍ର ଦ୍ବିତୀୟ ସେସନରେ ୩ଟି ୱିକେଟ ହାସଲ କରିବା ପରେ ଭାରତର ବିଜୟ ଆଶା ବୃଦ୍ଧିପାଇଥିଲା । ମାତ୍ର ରଚିନ ରବିନ୍ଦ୍ର ଭାରତର ବିଜୟ ରୋକିବାରେ ପ୍ରମୁଖ ଭୁମିକା ନିଭାଇଥିଲେ । ଏକାକୀ ୧୫ ଓଭରରୁ ଅଧିକ(୯୧ବଲ୍‌) ଖେଳି ମ୍ୟାଚ୍‌ ଡ୍ର କରାଇଥିଲେ । କେଏଲ ଜେମିଏସନ ୩୦ ବଲ୍‌ ଓ ଏଜାଜ ପଟେଲ ୩ ବଲ୍‌ ଖେଳି ଲଢୁଆ ପ୍ରଦର୍ଶନ କରିଥିଲେ ।

ଦ୍ବିତୀୟ ଇଂନିସରେ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ ରବିଚନ୍ଦ୍ରନ ଅଶ୍ବିନ ୩ଟି ୱିକେଟ ହାସଲ କରିଥିଲେ । ଅକ୍ଷର ପଟେଲ ଓ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ସିରିଜର ଦ୍ବିତୀୟ ଟେଷ୍ଟ ମୁମ୍ବାଇରେ ଡିସେମ୍ବର ୩ରୁ ଖେଳାଯିବ । ବିରାଟ କୋହଲି ଟିମକୁ ଫେରିବା ସହ ଏହି ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 29, 2021, 5:05 PM IST

ABOUT THE AUTHOR

...view details